www.samajalive.in
Thursday, December 11, 2025
13.1 C
Bhubaneswar

ଭାରତ ହିନ୍ଦୁଙ୍କ ରାଷ୍ଟ୍ର : ରାହୁଲ ଗାନ୍ଧୀ

ଜୟପୁର : ଭାରତ ହିନ୍ଦୁଙ୍କ ରାଷ୍ଟ୍ର, ଏହା ହିନ୍ଦୁବାଦୀଙ୍କ ରାଷ୍ଟ୍ର ନୁହେଁ ବୋଲି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁବାଦୀମାନେ ଯେକୌଣସି ପ୍ରକାରେ ଦେଶର କ୍ଷମତାରେ ରହିବାକୁ ଚାହାନ୍ତି। ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ଓ ଦେଶବାସୀଙ୍କ ଦୁଃଖ ଯନ୍ତ୍ରଣା ପାଇଁ ହିନ୍ଦୁବାଦୀମାନେ ଦାୟୀ। ଦରଦାମ ବୃଦ୍ଧି ପ୍ରତିବାଦରେ ରବିବାର ରାଜସ୍ଥାନ ଜୟପୁରରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମାବେଶକୁ ସମ୍ବୋଧନ କରି ରାହୁଲ ନିଜକୁ ଜଣେ ହିନ୍ଦୁ ବୋଲି କହିବା ସହିତ ହିନ୍ଦୁ ଓ ହିନ୍ଦୁବାଦୀ ଭଳି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଜଣେ ହିନ୍ଦୁ କେବେ କାହାକୁ ଭୟ କରେ ନାହିଁ ଏବଂ ସେ ସମସ୍ତଙ୍କୁ ଆପଣାର କରିନେଇଥାଏ। ମହାତ୍ମା ଗାନ୍ଧୀ ଜଣେ ହିନ୍ଦୁ ଥିଲେ ଓ ନାଥୁରାମ ଗଡସେ ହିନ୍ଦୁବାଦୀ ଥିଲେ। ଜଣେ ହିନ୍ଦୁ ସର୍ବଦା ସତ୍ୟର ଅନୁସନ୍ଧାନ କରିଥାଏ ଓ ସେ ତାର ସମ୍ପୂର୍ଣ୍ଣ ଜୀବନ ଏଥିରେ ବିତାଇ ଦେଇଥାଏ। ତେଣୁ ଦେଶରୁ ହିନ୍ଦୁବାଦୀର ଶାସନକୁ ହଟାଇ ହିନ୍ଦୁଙ୍କ ଶାସନ ଫେରାଇ ଆଣିବାକୁ ପଡିବ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ ମୋଦୀ ଓ ତାଙ୍କର ୪-୫ଜଣ ଶିଳ୍ପପତି ବନ୍ଧୁ ଦେଶକୁ ଲୁଟିବାରେ ଲାଗିଛନ୍ତି। ରାହୁଲଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମାବେଶକୁ ମଧ୍ୟ ସମ୍ବୋଧନ କରିଥିଲେ। ପ୍ରିୟଙ୍କା କହିଛନ୍ତି ଯେ ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ଦେଶକୁ ନିଜ ଶିଳ୍ପପତି ବନ୍ଧୁଙ୍କ ହାତରେ ବିକ୍ରି କରିଦେବାକୁ ଚାହଁୁଛନ୍ତି। କଂଗ୍ରେସ ଏହାର ୭୦ବର୍ଷର ଶାସନ କାଳରେ ଯାହା କରିଥିଲା ମୋଦୀ ଏବେ ତାକୁ ବିକାଭଙ୍ଗା କରିବାରେ ଲାଗିଛନ୍ତି। ଯେତେବେଳେ ନିର୍ବାଚନ ଆସେ ସେତେବେଳେ ବିଜେପି ନେତାମାନେ ଚୀନ ଓ ଅନ୍ୟ ରାଷ୍ଟ୍ର ସମ୍ପର୍କରେ ଭାଷଣ ଦିଅନ୍ତି। ସାମ୍ପ୍ରଦାୟିକ ଓ ଜାତିବାଦ ବାବଦରେ ସେମାନେ କୁହନ୍ତି। ମାତ୍ର ଲୋକଙ୍କ ଦୁଃଖ ଓ ଯନ୍ତ୍ରଣା ବାବଦରେ କିଛି କୁହନ୍ତି ନାହିଁ। ତେଣୁ ଦେଶର ଦରଦାମ ବୃଦ୍ଧି ପାଇଁ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଦରକାର। କାହିଁକି ନା ସରକାର ଏଥିପାଇଁ ଉତ୍ତରଦାୟୀ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories