ଭୁବନେଶ୍ବର: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା’ ଗିରଫ। ୭୫ ବର୍ଷିୟ କିଶନ ଦା’ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୁଲିସ। ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ କିଶନ ଦା’। କିଶନ ଦା’ଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ଥିଲା। ମାଓ ସଂଗଠନର ପୂର୍ବାଞ୍ଚଳ ରିଜିଅନ ସମ୍ପାଦକ ଥିଲେ କିଶନ ଦା’। ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦାୟିତ୍ବରେ ଥିଲେ କିଶନ ଦା’। ଗୁଇନ୍ଦା ତଥ୍ୟକୁ ଆଧାର କରି ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେ ସରଣ୍ଡା ଜଙ୍ଗଲରେ ରହି ମାଓବାଦୀ ସଂଗଠନର ନେତୃତ୍ବ ନେଉଥିଲେ । କି
ଶନ ଦା’ଙ୍କ ପତ୍ନୀ ସିଲା ମାରାଣ୍ଡି ମଧ୍ୟ ଜଣେ ଟପ ମାଓନେତ୍ରୀ। ୨୦୦୬ରେ ସିଲା ଗିରଫ ହୋଇ ଜେଲରେ ଥିଲେ। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲାରୁ ମୁକ୍ତ କରାଯାଇଥିଲା। ଗିରଫ ପରେ ଉଭୟଙ୍କୁ ରାଞ୍ଚିଠାରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।



