ଭୁବନେଶ୍ବର: ବ୍ରହ୍ମଗିରି ନାଥପୁରରେ ବୋମା ପକାଇ ୩୦ରୁ ଅଧିକ ଘର ଜାଳିଦେବା ଘଟଣାରେ ପୁରୀ ଜିଲାପାଳ, ଏସପିଙ୍କୁ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ପୀଡ଼ିତ ପରିବାରଙ୍କୁ ସୁରକ୍ଷା ଏବଂ କ୍ଷତିଗ୍ରସ୍ତଙ୍କୁ ଅନ୍ତରୀଣ ଆଶ୍ରୟସ୍ଥଳ ଯୋଗାଇବାକୁ କମିଶନଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ଆଇନଶୃଙ୍ଖଳା ସ୍ଥତି ବଜାୟ ରଖିବା ସହିତ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୧୯ରେ ମାମଲାର ପରବର୍ତ୍ତି ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ସୂଚନା ଦିଆଯାଇଛି।
Popular Categories



