www.samajalive.in
Friday, December 12, 2025
16.1 C
Bhubaneswar

ଟପ୍‌ ଯୋଜନାରେ ଓଡ଼ିଶାର ଜୟନ୍ତୀ ସାମିଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଟପ୍‌ (ଟାର୍ଗେଟ ଅଲିମ୍ପିକ ପୋଡିୟମ) ଯୋଜନାରେ ୨୩ ଜଣ କ୍ରୀଡାବିତ୍‌ଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ଭିନ୍ନକ୍ଷମ (ପାରା) ମହିଳା ଧାବିକା ଜୟନ୍ତୀ ବେହେରାଙ୍କ ସମେତ ମୋଟ ୨୩ଜଣ କ୍ରୀଡାବିତ୍‌ଙ୍କୁ ସାମିଲ କରାଯାଇଛି। ୨୦ ବର୍ଷୀୟା ଜୟନ୍ତୀ ଗତବର୍ଷ ଇଣ୍ଡୋନେସିଆରେ ଆୟୋଜିତ ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଓଡ଼ିଶା ସମେତ ଭାରତ ପାଇଁ ସୁନାମ ଅର୍ଜନ କରିଥିଲେ। ଜୟନ୍ତୀ ଟି-୪୭ ମହିଳା ୪୦୦ ମିଟର ଦୌଡରେ ରୌପ୍ୟ ଓ ଟି-୪୭ ମହିଳା ୨୦୦ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଟପ୍‌ ଯୋଜନାରେ ସାମିଲ ହେବାରେ ଜୟନ୍ତୀ ହେଉଛନ୍ତି ଓଡ଼ିଶାର ପ୍ରଥମ ପାରା ଧାବିକା।
ଟପ୍‌ ଯୋଜନାରେ ସାମିଲ ହୋଇଥିବା ଅନ୍ୟ କ୍ରୀଡାବିତ୍‌ ହେଲେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, ସାଇନା ନେହୱାଲ, କିଦାମ୍ବି ଶ୍ରୀକାନ୍ତ, ସମୀର ବର୍ମା, ଏଚ.ଏସ.ପ୍ରଣୟ, ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡି, ଚିରାଗ ସେଟ୍ଟି, ଅଶ୍ବିନୀ ପୋନାପ୍ପା, ସିକ୍କି ରେଡ୍ଡି ଓ ପ୍ରଣବ ଚୋପ୍ରାଙ୍କୁ ମଧ୍ୟ ସାମିଲ କରାଯାଇଛି। ବ୍ୟାଡମିଣ୍ଟନ ବ୍ୟତୀତ ସାଇକ୍ଲିଂରେ ଏସୋ ଆଲ୍‌ବେନ୍‌, ରୋନାଲଡୋ ସିଂହ, ଜେମ୍‌ସ ସିଂହ, ରୋଜିତ ସିଂହଙ୍କୁ ଟପ୍‌ ଯୋଜନାରେ ସାମିଲ କରା ଯାଇଥିବା ବେଳେ ପାରା ଆଥଲେଟିକ୍‌ସରେ ବରୁଣ ଭଟ୍ଟି (ପୁରୁଷ ହାଇଜମ୍ପ), ଶରଦ କୁମାର (ପୁରୁଷ ହାଇଜମ୍ପ), ସନ୍ଦୀପ ଚୌଧୁରୀ (ପୁରୁଷ ଜାଭେଲିନ ଥ୍ରୋ), ସୁମିତ (ପୁରୁଷ ଜାଭେଲିନ ଥ୍ରୋ), ସୁନ୍ଦର ସିଂହ ଗୁଜ୍ଜର (ପୁରୁଷ ଜାଭେଲିନ ଥ୍ରୋ), ରିଙ୍କୁ (ପୁରୁଷ ଜାଭେଲିନ ଥ୍ରୋ), ଅମିତ ସାରୋହା (ପୁରୁଷ କ୍ଲବ ଥ୍ରୋ), ବୀରେନ୍ଦ୍ର (ପୁରୁଷ ସଟ୍‌ପୁଟ୍‌) ଓ ଜୟନ୍ତୀ ବେହେରା (ମହିଳା ୪୦୦ ମିଟର ଦୌଡ)ଙ୍କୁ ମଧ୍ୟ ଏହି ସୁଯୋଗ ପ୍ରଦାନ କରାଯାଇଛି।
୨୦୨୦ ଓ ୨୦୨୪ ଅଲିମ୍ପିକ୍‌ସରେ ସମ୍ଭାବ୍ୟ ପଦକ ବିଜେତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଟପ୍‌ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହି ଅର୍ଥରେ ସଂପୃକ୍ତ କ୍ରୀଡାବିତ୍‌ ଉନ୍ନତ ମାନର କ୍ରୀଡା ସରଞ୍ଜାମ କିଣିବା ସହ ଦେଶବିଦେଶର ଖ୍ୟାତନାମା ପ୍ରତିଷ୍ଠାନରେ ତାଲିମ ନେଇପାରିବେ। ଏହାବ୍ୟତୀତ ୨୦୨୪ ଅଲିମ୍ପିକ୍‌ସକୁ ଦୃଷ୍ଟିରେ ରଖି ଏକାଧିକ କ୍ରୀଡାବିତ୍‌ଙ୍କୁ ୱାଚ୍‌ଲିଷ୍ଟ୍‌ରେ ରଖାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କର ପ୍ରଦର୍ଶନକୁ ଦେଖି ଯୋଗ୍ୟ କ୍ରୀଡାବିତ୍‌ଙ୍କୁ ଟପ୍‌ ଯୋଜନାରେ ସାମିଲ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରମୁଖ କ୍ରୀଡାବିତ୍‌ମାନେ ହେଲେ ମନୁ ଅତ୍ରି, ସୁମିତ ରେଡ୍ଡି, ମେଘନା ଓ ପୂର୍ବିଶା ରାମ (ସମସ୍ତେ ବ୍ୟାଡମିଣ୍ଟନ ଖେଳାଳି), ମାରିୟାପାନ୍‌ ଥାଙ୍ଗାଭେଲୁ, ଦୀପା ମାଲିକ, ଦେବେନ୍ଦ୍ର ଝାଝାରିଆ, ସନ୍ଦୀପ ସିଂହ ମାନ୍‌, ମିଥୁନ, ଅମିତ, ରାମପାଲ ଚହର, ଧରମବୀର, ଏକତା ଭ୍ୟାନ୍‌, କରମଜ୍ୟୋତି ଦଲାଲ, ରାଧା ଓ ରକ୍ଷିତା (ସମସ୍ତେ ପାରା କ୍ରୀଡାବିତ୍‌)। ୱାଚ୍‌ଲିଷ୍ଟ ତାଲିକାରେ ୪ ଜଣ ପାରା ସୁଟରଙ୍କୁ ସାମିଲ କରାଯାଇଛି। ଏମାନେ ହେଲେ ମନୀଷ ନରୱାଲ, ସିଂହରାଜ, ଦୀପେନ୍ଦର ଓ ଅବନୀ ଲେଖାରା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories