www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତାକାଲି ଆକାଶ ମାର୍ଗରୁ ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି ଭିତରେ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ସୁବର୍ଣ୍ଣ ରେଖା, ବୁଢାବଳଙ୍ଗ, ମହାନଦୀରେ ବନ୍ୟା ସୃଷ୍ଟି ହୋଇଛି ।

ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ଜଳ ପ୍ରବାହ ହ୍ରାସ ପାଇଛି। ଗତ କାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ଆଜି ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏବେ ହୀରାକୁଦ ଡ୍ୟାମ ମଧ୍ୟକୁ ସମାନ ପରିମାଣର ଜଳ ଅର୍ଥାତ ୭ ଲକ୍ଷ ୬୫ ହଜାର ୪୦୮ କ୍ୟୁସେକ ଜଳ ପ୍ରବେଶ ଓ ନିଷ୍କାସନ ହେଉଥିବାରୁ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକରୂ ଅଧିକ ପରିମାଣ ଜଳ ବୃଦ୍ଧି ପାଇବ ନାହିଁ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ତିନୋଟି ଗେଟ୍ ବନ୍ଦ କରାଯାଇଛି । ଏବେ ୪୩ ଗେଟ୍ ଦେଇ  ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେଉଛି । ଆଗକୁ ଆଉ ଗେଟ୍ ବନ୍ଦ କରାଯିବ କି ନାହିଁ ସେ ନେଇ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେବ । କାଲି ସୁଦ୍ଧା ବନ୍ୟା ସ୍ଥିତି ସାମାନ୍ୟ ସ୍ୱାଭାବିକ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

- Advertisement -

ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟର ୫ଟି ନଦୀ ମଧ୍ୟରୁ ୩ଟି ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଠାରୁ ତଳେ ପ୍ରବାହିତ ହେଉଛି। ଆସନ୍ତା କାଲି ସନ୍ଧ୍ୟାରୁ ପରିସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ୩୬ ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ୨ଟି ଘାଇ ହୋଇଛି। ମହାନଦୀ ବନ୍ୟାଜଳ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହେବ । ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ । ସେହିଭଳି କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories