ପୁରୀ: ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଜଣେ ବସ୍ ଚାଳକଙ୍କୁ ମାଡ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସୋମବାରଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁରୀର ୨୦୦ଟି ବସ୍ ଏବଂ ୮୦୦ ଜଣେ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ତେଣୁ ଆସନ୍ତାକାଲି ପୁରୀରୁ ବିଭିନ୍ନ ଜିଲାକୁ ବସ୍ ଯାତାୟତ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।
ସୂଚାଯୋଗ୍ୟ, ଗତ ଗୁରୁବାର ପୁରୀ-କୋର୍ଣାକ ବେଳା ଭୂମି ମାର୍ଗରେ ରାସ୍ତା କଡରେ ଛିଡା ହୋଇଥିବା ଏକ ପର୍ୟ୍ୟଟନ ବସକୁ ଷୋଳପୁଅ ମା’ ନାମକ ଏକ ଯାତ୍ରୀବାହୀ ବସ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିଲେ। ଯାତ୍ରୀବାହୀ ବସ ଚାଳକଙ୍କୁ ଉତ୍ତ୍ୟକ୍ତଲୋକେ ମାଡ ମାରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରତ୍ୟେକ୍ଷଦର୍ଶୀ ବସ ହେଲପର ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏପର୍ୟ୍ୟନ୍ତ ମାମଲା ରୁଜୁ କରିନଥିବା ବେଳେ କାହାକୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ଆସନ୍ତାକାଲିରୁ ଚକ ବନ୍ଦ ଆନ୍ଦୋଳନ ଡାକରା ଦେଇଛି।



