www.samajalive.in
Monday, December 15, 2025
26.1 C
Bhubaneswar

ପାକିସ୍ତାନରେ ଟମାଟୋ କିଲୋ ୬୦୦ ଟଙ୍କା

ଇସଲାମାବାଦ: ପାକିସ୍ତାନରେ ଟମାଟୋ ମୂଲ୍ୟ ଇତିମଧ୍ୟରେ ୪୦୦ ଗୁଣ ବୃଦ୍ଧି ପାଇ କିଲୋ ପିଛା ୬୦୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ପାକିସ୍ତାନ ସାଧାରଣତଃ ଆଫ୍‌ଗାନିସ୍ତାନରୁ ଟମାଟୋ ଆମଦାନୀ କରିଥାଏ। ତେବେ ଚଳିତମାସ ପ୍ରାରମ୍ଭରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଥିବା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସୀମାରେ ଥିବା ଦୁଇଟି ସୀମାନ୍ତ ଫାଟକ ତୋର୍କହାମ୍‌ ଓ ଛମନକୁ ସିଲ୍‌ କରାଯାଇଛି। ଫଳରେ ଆଫ୍‌ଗାନିସ୍ତାନରୁ ଟମାଟୋ ପାକିସ୍ତାନକୁ ରପ୍ତାନି ହୋଇପାରୁନାହିଁ। ଅପରପକ୍ଷରେ ପାକିସ୍ତାନରେ ଉତ୍ପାଦିତ ହେଉଥିବା ଟମାଟୋ ଆବଶ୍ୟକତା ମେଣ୍ଟାଇବାରେ ସଫଳ ହୋଇପାରୁନାହିଁ। କେବଳ ଟମାଟୋ କାହିଁକି ପାକିସ୍ତାନ ଆଫ୍‌ଗାନିସ୍ତାନରୁ ସେଓ ମଧ୍ୟ ଆମଦାନୀ କରିଥାଏ। ସୀମା ସିଲ୍‌ ହୋଇଥିବାରୁ ଟମାଟୋ ଓ ସେଓ ବୋଝେଇ ୫ ହଜାର ଟ୍ରକ ଆଫ୍‌ଗାନ ସୀମାରେ ଅଟକି ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories