ଜାଣନ୍ତୁ ଟମାଟୋର ଆଶ୍ଚର୍ଯ୍ୟଜନକ ଲାଭ

ବିଲାତି ପରିବା ଭାବେ ଜଣାଯାଉଥିବା ଟମାଟୋ କେବଳ ଯେ ତରକାରୀର ରଙ୍ଗ ଓ ସୁଆଦ ବଢ଼ାଇଥାଏ, ତା’ ନୁହେଁ। ବରଂ ସ୍ବାସ୍ଥ୍ୟ ପାଇଁ ଏହା ଏକ ସର୍ବୋତ୍ତମ ପରିବା ଭାବେ ପରିଚିତ। ଆଜିକାଲି ପ୍ରାୟତଃ ଅଧିକାଂଶ ବ୍ୟଞ୍ଜନରେ ଟମାଟୋର ଉପଯୋଗ ହେଉଛି। ଯେପରି ଟମାଟୋ ସସ୍, ଖଟା ଇତ୍ୟାଦି। ଟମାଟୋରେ ଭରପୂର ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଭିଟାମିନ୍ ‘ସି’ର ଉତ୍ତମ ସ୍ରୋତ ଭାବେ ଜଣାଯାଉଥିବା ଟମାଟୋରେ ସୋଡିୟମ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସଲଫର ଅଛି। ନିୟମିତ ଭାବେ ଖାଇଲେ କର୍କଟ ହେବାର ଆଶଙ୍କା କମ୍ ହୋଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।
-ଏହାର ରସ ପିଇଲେ କିମ୍ବା ଟମାଟୋକୁ ଚକଟି ଖାଇବା ଦ୍ବାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।
-ଲୋ-କ୍ୟାଲୋରୀଯୁକ୍ତ ଟମାଟୋ ଖାଇଲେ ଶରୀରର ଓଜନ ମଧ୍ୟ କମିଥାଏ। ପ୍ରଚୁର ମାତ୍ରାରେ ପାଣି ଓ ଫାଇବର୍ ଥିବା ଏହି ପରିବା ଅଳ୍ପ ପରିମାଣରେ ଖାଇଲେ ମଧ୍ୟ ପେଟ ଭର୍ତ୍ତି ହୋଇଯାଏ।
-ଏଥିରେ ଥିବା ଭିଟାମିନ୍ ଓ କ୍ୟାଲସିୟମ୍ ହାଡ଼ ମଜବୁତ୍ ହେବାରେ ସହାୟକ ହୋଇଥାଏ। ନିୟମିତ ଭାବେ ଟମାଟୋ ଖାଇଲେ ମସ୍ତିଷ୍କଜନିତ ରୋଗ ଯେପରି ବ୍ରେନ୍-ହାମରେଜ୍ ହେବାର ଆଶଙ୍କା ମଧ୍ୟ କମ୍ ହୁଏ।
ଟମାଟୋରେ ପାଣି ଏବଂ ଫାଇବରର ମାତ୍ରା ଖୁବ ଅଧିକ। ଏହାକୁ ଜୁସ୍‍ , ସୁପ, ସାଲାଡ଼ ଯେଉଁଭଳି ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଟମାଟୋକୁ ଜୁସ୍‍ କରି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଓ ଉପକାରୀ ଅଟେ। ଜାଣନ୍ତୁ ତାହା କଣ …….
ଟମାଟୋକୁ ଜୁସ୍‍ କରି ପିଇଲେ , ଏଥିରେ ଖୁବ କମ୍‍ କ୍ୟାଲେରୀ ଥିବାରୁ ଓଜନ କମାଇବା ପାଇଁ ସହାୟକ ହୁଏ।
ଏହାକୁ ଜୁସ୍‍ କରି ପିଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ।
ଏହା ଶରୀରକୁ କାର୍ୟ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ।
ସ୍ତନ କର୍କଟରୁ ରକ୍ଷା କରିଥାଏ।
ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ –
ଏକ ପାତ୍ରକୁ ଗ୍ୟାସରେ ବସାଇ ସେଥିରେ ଟମାଟୋ, ଧନିଆ ପତ୍ର, ଅଳ୍ପ ପିଆଜ, ପାଣି ଦେଇ ଏହାକୁ ଫୁଟାନ୍ତୁ। ଫୁଟାଇବା ବେଳେ ଅଳ୍ପ ଚିନି ଓ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଘାଣ୍ଟି ଗ୍ୟାସ ବନ୍ଦ କରି ,ଏକ ଛଣା ଦ୍ୱାରା ଛାଣି ପାତ୍ରକୁ କାଢନ୍ତୁ। କିଛି ସମୟ ଫ୍ରିଜରେ ରଖି ଏହାକୁ ପିଅନ୍ତୁ।

Comments are closed.