www.samajalive.in
Sunday, December 7, 2025
23.1 C
Bhubaneswar

ସବୁଜ ବିଲାତି ଖାଉଥିଲେ ଜାଣି ରଖନ୍ତୁ..

ବିଲାତିର ବ୍ୟବହାର ଅଧିକାଂଶ ବିଭିନ୍ନ ତରକାରୀ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ। ମାତ୍ର ଏହା କେବଳ ତରକାରୀର ସ୍ୱାଦ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ବିଲାତିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିଥାଏ। ସାଲାଡ୍‌‌ ହେଉ ଅଥବା ସୁପ୍‌‌, କିମ୍ବା ତରକାରୀ ଅଧିକାଂଶ ଲାଲ ବିଲାତିର ବ୍ୟବହାର ହୋଇଥାଏ। ମାତ୍ର ସବୁଜ ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍‌‌ ଉପକାରୀ। ଜାଣନ୍ତୁ..
ସବୁଜ ଟମାଟୋରେ ଭିଟାମିନ୍‌‌, ଫାଇବର, ପ୍ରୋଟିନ୍‌‌, କ୍ୟାଲସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ବ୍ୟତୀତ ଏଥିରେ ଭିଟାମିନ କେ,ସି,ପୋଟାସିୟମ ମଧ୍ୟ ରହିଛି। ଲାଲ ଟମାଟୋ ବ୍ୟତୀତ ସବୁଜ ଟମାଟୋ ସ୍ୱାଦରେ ସାମାନ୍ୟ ଖଟାଳିଆ।
ସବୁଜ ଟମାଟୋ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ଅନେକ ସଂକ୍ରାମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।
ଟମାଟୋରେ ଭିଟାମିନ୍‌‌ କେ ଭରପୁର ମାତ୍ରାରେ ରହିଛି। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
ଦୃଷ୍ଟି ଶକ୍ତି ଦୁର୍ବଳ ହେଉଥିଲେ, ଏହି ସମସ୍ୟା ଦୂର ପାଇଁ ଟମାଟୋର ସେବନ କରନ୍ତୁ। ସବୁଜ ଟମାଟୋ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। ଚକ୍ଷୁ ପାଇଁ ଏହା ବେଶ ଉପକାରୀ।
ସବୁଜ ଟମାଟୋ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଏଥିରେ ପୋଟାସିୟମ ଓ ସୋଡିୟମର ମାତ୍ରା ମଧ୍ୟ ରହିଛି। ଫଳରେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ।
ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ। ସବୁଜ ଟମାଟୋ ସେବନ ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ସହ ସୁସ୍ଥ ରହିଥାଏ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories