www.samajalive.in
Sunday, December 14, 2025
19.1 C
Bhubaneswar

କୃଷି ସମସ୍ୟା ନେଇ ରାଜ୍ୟମାନଙ୍କୁ ସହାୟତା କରିବ କେନ୍ଦ୍ର – ତୋମର

କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇବେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି। ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଓ ବର୍ଷା ଉପରେ ନିର୍ଭର କରାଯାଉଥିବା କୃଷି କ୍ଷେତ୍ରରେ ଦେଖା ଦେଇଥିବା ଚ୍ୟାଲେଞ୍ଜ ଗୁଡ଼ିକର ସମ୍ମୁଖୀନ ହେବା ପାଇଁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସହାୟତା କରିବେ।

ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ୨୦୨୧-୨୨ ମସିହା ପାଇଁ ରବି ଫସଲ ସଂକ୍ରାନ୍ତ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରି ଶ୍ରୀ ତୋମର ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କୃଷକମାନଙ୍କୁ ସୁରକ୍ଷା ଓ ସମର୍ଥନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ କୃଷକମାନଙ୍କୁ ଆତ୍ମନିର୍ଭର କରିବା ସକାଶେ ଅନେକ ପଦକ୍ଷେପ ନିଆଯାଇଛି। ପାଣି, ବିଦ୍ୟୁତ୍‍ ଓ ସାର ଯଥାଯଥ ଭାବେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ନାନୋ ୟୁରିଆକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ପାଇଁ ସେ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। ନାନୋ ୟୁରିଆ ହେଉଛି ଶସ୍ତା ଏବଂ ଜମିର ଉର୍ବରତା ପାଇଁ ଉପକାରୀ।

- Advertisement -

ଶ୍ରୀ ତୋମର କହିଛନ୍ତି, କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ସଂକ୍ରାନ୍ତରେ କ୍ଷୁଦ୍ର ଚାଷୀମାନଙ୍କୁ ସହାୟତା କରିବାର ଆବଶ୍ୟକତା ରହିଛି। ଶ୍ରୀ ତୋମର କହିଛନ୍ତି, ପି.ଏମ୍‍. କିଶାନ୍‍ ଓ କିଶାନ୍‍ କ୍ରେଡିଟ୍‍ କାର୍ଡ ସବୁ କୃଷକମାନଙ୍କ ପାଖରେ ଯେଭଳି ପହଞ୍ଚିବ ତାହାକୁ ରାଜ୍ୟମାନେ ନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଏପର୍ଯ୍ୟନ୍ତ ୨ କୋଟି ୨୫ଲକ୍ଷ କିଶାନ୍‍ କ୍ରେଡିଟ୍‍ କାର୍ଡ ବଣ୍ଟନ କରାଯାଇଛି ଏବଂ କୃଷକମାନଙ୍କୁ ୨ କୋଟି ୨୫ଲକ୍ଷ ଋଣ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ତୋମର କହିଛନ୍ତି। ଶ୍ରୀ ତୋମର କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲବିମା ଯୋଜନା କୃଷକମାନଙ୍କୁ ସୁରକ୍ଷା ଯୋଗାଇ ପାରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories