www.samajalive.in
Tuesday, December 9, 2025
23.1 C
Bhubaneswar

ଆସନ୍ତା ୨ ବର୍ଷରେ ଦେଶରୁ ହଟିବ ସବୁ ଟୋଲ୍ ଗେଟ୍ : ଗଡକରୀ

ନୂଆଦିଲ୍ଲୀ : ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦେଶରୁ ସବୁ ଟୋଲ ଗେଟକୁ ଉଠାଇ ଦିଆଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ସରକାର ଯାନବାହନ ଗୁଡିକର ସହଜ ଚଳାଚଳରେ ବାଧା ନ ପହଞ୍ଚାଇ ଟୋଲ ସଂଗ୍ରହ ନିମନ୍ତେ ଜିପିଏସ୍ ଆଧାରିତ ବ୍ୟବସ୍ଥା ଚୂଡାନ୍ତ କରିଛନ୍ତି। ଏହା ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତକୁ ଟୋଲ ବୁଥ ମୁକ୍ତ କରିବ। ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ ଟୋଲ କିପରି ସିଧାସଳଖ କଟାଯିବ ତାହା କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଗୁରୁବାର ଆସୋଚାମର ଏକ କାର୍ୟ୍ୟକ୍ରମରେ ଏହି ଯୋଜନା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଯାନବାହନ ଚଳାଚଳ ଆଧାରରେ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ରାଶି କଟାଯିବ । ସେ କହିଛନ୍ତି ଯେ ସମସ୍ତ ବାଣିଜ୍ୟିକ ଯାନ ବର୍ତ୍ତମାନ ଟ୍ରାକିଂ ସିଷ୍ଟମ ସହିତ ଆସୁଛି । ପୁରୁଣା ଗାଡିରେ ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ ପାଇଁ ସରକାର ଏକ ଯୋଜନା ଆଣିବେ । ସେ କହିଛନ୍ତି, ବର୍ତ୍ତମାନ ସମସ୍ତ ବାଣିଜ୍ୟିକ ଯାନରେ ଟ୍ରାକିଂ ବ୍ୟବସ୍ଥା ଅଛି । ପୁରୁଣା ଗାଡିରେ ସରକାର ଜିପିଏସ୍ ସିଷ୍ଟମ ମଧ୍ୟ ସ୍ଥାପନ କରିବେ।

- Advertisement -

ଗାଡକରୀ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ଦେଶରେ ଟୋଲ ସଂଗ୍ରହ ୩୪ ହଜାର କୋଟିରେ ପହଞ୍ଚି ପାରିବ। ଜିପିଏସ୍ ଟେକ୍ନୋଲୋଜି ସହିତ ଟୋଲ୍ ସଂଗ୍ରହ ଏହାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହା ୧ ଲକ୍ଷ ୩୪ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଗଡକରୀ ଦେଶରେ ଫାଷ୍ଟାଗ୍ ସିଷ୍ଟମ ଲାଗୁ କରିଛନ୍ତି, ଯାହାଫଳରେ ଯାନବାହାନଗୁଡ଼ିକ ବୁଥରେ ଅଟକି ନ ରହି ଟୋଲ୍ ଦେଇପାରିବେ।

ଶ୍ରୀ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନିଯୁକ୍ତି ସୃଷ୍ଟି ତଥା ଭାରତରେ ଦାରିଦ୍ର୍ୟ ଦୂର କରିବା ପାଇଁ ଶିଳ୍ପ ବିକାଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା, ଦେଶର ଶିଳ୍ପଗୁଡିକ କେତେକ ସହରାଞ୍ଚଳରେ କେନ୍ଦ୍ରୀଭୁତ ହୋଇ ରହିଛି। ବିକାଶ ପାଇଁ ଏଗୁଡ଼ିକର ବିକେନ୍ଦ୍ରୀକରଣ ଆବଶ୍ୟକ। ସହରୀକରଣ ବୃଦ୍ଧି ଯୋଗୁଁ ଦିଲ୍ଲୀ, ମୁମ୍ବାଇ, ଚେନ୍ନଇ, କୋଲକାତା ଏବଂ ଅନ୍ୟାନ୍ୟ ସହରରେ ସମସ୍ୟା ବୃଦ୍ଧି ପାଉଛି। ଭିତ୍ତିଭୂମି ବିକାଶ ପାଇଁ ସେ ସରକାରୀ-ବେସରକାରୀ ପୁଞ୍ଜି ନିବେଶକୁ ମଧ୍ୟ ସମର୍ଥନ କରିଛନ୍ତି ଏବଂ ଆର୍ଥିକ ଦୃଷ୍ଟିରୁ ସୁଦୃଢ ନଥିବା ପ୍ରକଳ୍ପଗୁଡିକୁ ସରକାର ସହାୟତା କରିବେ ବୋଲି ସେ କହିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories