www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ଐକ୍ୟବଦ୍ଧ ଭାବେ କରୋନାକୁ ହରାଇ ପାରିବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‌

ନୂଆଦିଲ୍ଲୀ : ସମଗ୍ର ଭାରତବର୍ଷ ଏକାଠି ହୋଇ ଗତବର୍ଷ କରୋନାକୁ ପରାସ୍ତ କରିଥିଲା ଏବଂ ସେହି ସମାନ ବିଚାରଧାରା ସହିତ ଅଧିକ ସମନ୍ୱୟ ରକ୍ଷାକରି ଦେଶ ପୁଣି ଥରେ ଦ୍ରୁତଗତିରେ କରୋନାକୁ ହରାଇପାରିବ। ବର୍ତ୍ତମାନ ଜାରିଥିବା କୋଭିଡ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଔଷଧପତ୍ର, ଅକ୍ସିଜେନ, ଭେଣ୍ଟିଲେଟର ଓ ଟିକାକରଣର ବିଭିନ୍ନ ଦିଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ପରୀକ୍ଷଣ, ନିରୀକ୍ଷଣ ଓ ଚିକିତ୍ସାର ବିକଳ୍ପ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ମହାମାରୀଜନିତ ମୃତ୍ୟୁହାର ରୋକିବା ନିମନ୍ତେ ଆଗୁଆ ପରୀକ୍ଷଣ ଓ ଉପଯୁକ୍ତ ନିରୀକ୍ଷଣର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜନସାଧାରଣଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନ ତତ୍ପର ଏବଂ ସମ୍ବେଦନଶୀଳ ହେବା ଉଚିତ ବୋଲି ସେ କହିଛନ୍ତି। ମହାମାରୀର ପରିଚାଳନା ନିମନ୍ତେ ରାଜ୍ୟଗୁଡିକ ସହିତ ସମନ୍ୱୟକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ରୋଗୀମାନଙ୍କ ପାଇଁ ଅଧିକରୁ ଅଧିକ ହସ୍‍ପିଟାଲ ଶଯ୍ୟା ଉପଲବ୍ଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା
ପାଇଁ ମଧ୍ୟ ସେ କହିଛନ୍ତି।
ଅସ୍ଥାୟୀ ହସ୍‍ପିଟାଲ ଏବଂ ଆସୋଲେସନ କେନ୍ଦ୍ରଗୁଡିକ ଜରିଆରେ ଅତିରିକ୍ତ ବେଡ ଯୋଗାଇ ଦେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଔଷଧପତ୍ରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ଭେଷଜ ଶିଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ରେମଡେସିଭିର୍‍ ଏବଂ ଅନ୍ୟାନ୍ୟ ଔଷଧପତ୍ରର ଯୋଗାଣ ସ୍ଥିତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories