www.samajalive.in
Monday, December 8, 2025
13.1 C
Bhubaneswar

ଏହିସବୁ ରାଶି ପାଇବେ ବ୍ୟବସାୟରେ ଆଶାତିତ ଲାଭ: ଗୁରୁବାର ରାଶିଫଳ

ମେଷ: ଆତ୍ମ ସାହସୀ ଓ ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ତୀବ୍ର ବୁଦ୍ଧିଯୁକ୍ତ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ ଚଳିବାକୁ ପଡ଼ିବ। କ୍ରୋଧ ସମ୍ବରଣ କରିପାରନ୍ତି।
ବୃଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ଭାଗ୍ୟର ନିଜେ ନିର୍ମାତା ହୋଇପାରନ୍ତି।
ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ମାଗଣାରେ ପ୍ରତ୍ୟେକ ଦ୍ରବ୍ୟ ପାଇବାକୁ ଇଚ୍ଛା କରିବେ।
କର୍କଟ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସ୍ବାର୍ଥସାଧନ କରିପାରନ୍ତି।
ସିଂହ: ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ପତ୍ନୀଙ୍କଠାରୁ ଧନ ମିଳିପାରେ। ଯେକୌଣସି ସମସ୍ୟାରେ ହତାଶ ବା ନିରାଶ ହେବେନି।
କନ୍ୟା: ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଗୁପ୍ତ ଜ୍ଞାନର ଅତୁଟ ଭଣ୍ଡାର ହୋଇପାରନ୍ତି। ଯୁକ୍ତିଯୁକ୍ତ କଥାରେ ସଫଳ ହେବେ।
ତୁଳା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଦୃଢ଼ ନିଶ୍ଚୟୀ ହେବେ। ପତ୍ନୀଙ୍କୁ ଚାକିରି ମିଳିପାରେ।
ବିଛା: ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଲାଭ ପାଇବାର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ଉଚ୍ଚାଧିକାରୀଙ୍କଠାରୁ ସାହାଯ୍ୟପ୍ରାପ୍ତ ହେବେ। ବିଚିତ୍ରଯୁକ୍ତ ପ୍ରୟୋଗ କରିବେ।
ଧନୁ: ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନଯୁକ୍ତ ହେବେ। ଧନୀ ହେବେ। ଉତ୍ତମ ପଦ ପ୍ରାପ୍ତିର ସୂଚନା ମିଳୁଛି। ମାତୃ ସେବକ ହେବେ। ଗଭୀର ଅନୁସନ୍ଧାନୀ ହୋଇପାରନ୍ତି। ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହେବେ।
ମକର: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ସହାୟତା ମିଳିପାରେ। ଆଡ଼ମ୍ବରପ୍ରିୟ ହେବେ। କୂଟନୀତିଜ୍ଞ ହେବେ।
କୁମ୍ଭ: ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ମତିଜ୍ଞ ହେବେ। ତ୍ୟାଗଶୀଳ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଚରିତ୍ରବାନ୍‌ ଓ ଗୁରୁଭକ୍ତ ହେବେ। ସୁସ୍ଥ ରହିବେ।
ମୀନ: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ରୁଚିକର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସାହସୀ, ପରାକ୍ରମୀ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories