www.samajalive.in
Sunday, December 7, 2025
26.1 C
Bhubaneswar

ମଝି ଆକାଶରେ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ, ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା

ସମାଜ ଡିଜିଟାଲ ଡେସ୍କ: କେରଳର ଥିରୁଭାନନ୍ଥପୁରମ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଧମକ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହିତ ମୁମ୍ବଇରୁ ଥିରୁଭାନନ୍ଥପୁରମ ଆସିଥିବା ଉକ୍ତ ବିମାନକୁ ପୃଥକ ଭାବେ ଅଲଗା ସ୍ଥାନରେ ରଖାଯାଇଛି।

ମୁମ୍ବଇରୁ ଆସିଥିବା ଏହି ବିମାନ(ଏଆଇ ୬୫୭)ଟି ଗୁରୁବାର ସକାଳେ ଥିରୁଭାନନ୍ଥପୁରମ ବିମାନବନ୍ଦରରେ ପହଞ୍ଚିଥିଲା। ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସକାଳ ପ୍ରାୟ ସାଢ଼େ ୭ଟାରେ ପାଇଲଟଙ୍କୁ ଫୋନ ଜରିଆରେ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା। ତୁରନ୍ତ ସେ ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତ୍ଵରିତ ପଦକ୍ଷେପ ନିଆଯାଇଥିଲା। ଏହା ପରେ ସୁରକ୍ଷିତ ଭାବେ ବିମାନଟି ଅବତରଣ କରିଥିଲା। ବିମାନଟିରେ ୧୩୫ ଯାତ୍ରୀ ଥିଲେ। ତେବେ କିଏ ଏବଂ କେଉଁଠାରୁ ଏହି ଧମକ ମିଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories