ଏହି ରାଶିର ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହେବ: ବୁଧବାର ରାଶିଫଳ
ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ନାନା ପ୍ରାପ୍ୟ ପୁସ୍ତକ ପଠନରେ ମନୋନିବେଶ କରିବେ। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ବକୟା ପ୍ରାପ୍ୟ ଅର୍ଥ ମିଳିପାରେ।
ବୃଷ: ଜଣେ କୃଷି ବିଶେଷଜ୍ଞ ଭାବେ ଗ୍ରାମାଞ୍ଚଳ କୃଷକମାନଙ୍କୁ ଦିଗ୍ଦର୍ଶନ ଦେଇପାରନ୍ତି। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବେ।
ମିଥୁନ: ଅନ୍ୟର ଚଲାପଥରେ ଆଲୋକ ବିଛାଇ ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆତ୍ମବିଶ୍ବାସ ଓ ଅବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ ଓ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ।
କର୍କଟ: ସଂଯମପୂର୍ଣ୍ଣ ସତ୍ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ।
ସିଂହ: ପ୍ରେମର ବନ୍ଧନକୁ ଶିଥିଳ ନ କରି ସାମାଜିକ ଦାୟିତ୍ବବୋଧ ଓ ଯୌଥ ପରିବାର ସଂଜ୍ଞାକୁ ଉଦ୍ଜୀବିତ ରଖିପାରନ୍ତି। ସ୍ବାଦିଷ୍ଟ ଭୋଜନ ଅପେକ୍ଷା ସ୍ବାସ୍ଥ୍ୟପ୍ରଦ ଭୋଜନ ତୃପ୍ତିଦାୟକ ହେବ। ଆୟ ଆଶାନୁରୂପ ହେବ।
କନ୍ୟା:ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ଓ ସିଦ୍ଧି ପ୍ରାପ୍ତ ହେବେ। ଅମନ ମନ୍ଦିରରେ ଥିବା ହଂସକୁ ପୋଷା ମନାଇ କର୍ମଯୋଗୀ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।
ତୁଳା: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସତ୍ୟ ଧର୍ମ ପରାୟଣ ହୋଇପାରନ୍ତି। ବିଭାଗୀୟ ସ୍ବୀକୃତି ପାଇ ଆସନ ଦୃଢ଼ କରିପାରନ୍ତି। ଧନାଗମ ସହିତ ଉଚ୍ଚ ସମ୍ମାନ ବୃଦ୍ଧିର ସୂଚନା ମିଳୁଛି।
ବିଛା: ଜ୍ଞାନାଲୋକ ଦ୍ବାରା ନିଜର ଚଲାପଥକୁ ଆଲୋକିତ କରିବା ସହିତ ଅନ୍ୟମାନଙ୍କର ପ୍ରେରଣାର ଉତ୍ସ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ସତ୍ୟ, ଶାନ୍ତି, ଦୟା ଓ କ୍ଷମାର ଆଧାର ହେବେ।
ଧନୁ: ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ଲୁକ୍କାୟିତ ପ୍ରତିଭାକୁ ଧୀରେ ସୁସ୍ଥେ ଲୋକ ଲୋଚନକୁ ଆଣିବେ। ଆତ୍ମ ସଂଯମୀ ହୋଇ ଇନ୍ଦ୍ରୀୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି।
ମକର: ‘‘କ୍ରୋଧ ମାନବର ପରମ ଅରି, କ୍ଷଣକେ ଚେତନା ନିଅଇ ହରି’’। ତେଣୁ କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଆଶାବାଦୀ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରି ସତର୍କତାର ସହ ଚଳିବକୁ ପଡ଼ିବ।
କୁମ୍ଭ:ଆଜି ଦିନ ଭିତରେ ବହୁ ସୁଖକର ଘଟଣାମାନ ଘଟିବାର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ମିଳିଥିବା ସଫଳତାର ପୁନରାବୃତ୍ତି ଘଟିପାରେ। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନହେବା ସ୍ଥିତି ଉପୁଜିବ।
ମୀନ: ଧନରେ ନୁହେଁ କି ବଳରେ ନୁହେଁ କୌଶଳରେ ଶତ୍ରୁ ଦମନର କଳା ଆପଣଙ୍କଠାରେ ରହିଛି। ଋଣଦାତାଙ୍କୁ ସନ୍ତୁଷ୍ଟ କରି ଆବଶ୍ୟକ ଅନୁସାରେ ଅଧିକ ଋଣ ଆଣିପାରନ୍ତି। କର୍ମଯୋଗୀ ହୋଇପାରନ୍ତି।
Comments are closed.