www.samajalive.in
Friday, December 5, 2025
26.1 C
Bhubaneswar

ଆଜି କୃଷକ ଦିବସ; ରାସ୍ତାରେ ଅନ୍ନଦାତା, ରାଜନାଥ କହିଲେ ଶୀଘ୍ର ସମାଧାନ ହେବ

ଆଜି ହେଉଛି ଜାତୀୟ କୃଷକ ଦିବସ। ଭାରତର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ରେ ଏହି ଦିବସ ପାଳନ କରାଯାଉଛି। ଚରଣ ସିଂହ ନିଜ କାର୍ଯ୍ୟକାଳ ସମୟରେ କୃଷି କ୍ଷେତୟରେ ସୁଧାର ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ଆଜି ପରିସ୍ଥିତି ଭିନ୍ନ। ଯେଉଁମାନଙ୍କ ପାଇଁ ଆଜିର ଦିନଟି ପାଳନ କରାଯାଉଛି ସେମାନେ ଆଜି ହତାଶ। ନିଜର ହକ୍‌ ପାଇଁ ଚାଷୀ ରାସ୍ତାରେ ବସି ଆନ୍ଦୋଳନ କରୁଛି।

କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷି ଆଇନ ବିରୋଧରେ ଅନ୍ନଦାତା ମାସେ ହେଲା ଆନ୍ଦୋଳନ ଚଳାଇଛନ୍ତି। ଦିଲ୍ଲୀର ବିଭିନ୍ନ ସୀମାରେ ପ୍ରବଳ ଥଣ୍ଡାରେ ରାସ୍ତାରେ ବସି ଧାରଣା ଦେଉଛନ୍ତି। ଅନେକ ଚାଷୀଙ୍କ ଜୀବନ ଚାଲି ଗଲାଣି, ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ।

- Advertisement -

ତେବେ କୃଷକ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ କୃଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସରକାର କୃଷକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ସେମାନେ ଖୁବଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ରାଜନାଥ କହିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ସବୁଠୁ ସମ୍ମାନନୀୟ ଆଗଧାଡ଼ିର କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରି ପ୍ରଣାମ ଜଣାଉଛି।

ରାଜନାଥ କହିଛନ୍ତି, ଚରଣ ସିଂହ ଆଜୀବନ କୃଷକମାନଙ୍କ ସମସ୍ୟା ପ୍ରତି ସ୍ବର ଉଠାଉଥିଲେ ଏବଂ ସେମାନଙ୍କ କଲ୍ୟାଣ ପାଇଁ କାମ କରୁଥିଲେ। ତାଙ୍କର ଯୋଗଦାନକୁ ଦେଶ ସର୍ବଦା ମନେରଖିବ। ଚରଣ ସିଂହ ଚାହୁଁଥିଲେ ଦେଶର କୃଷକମାନଙ୍କ ରୋଜଗାର ବୃଦ୍ଧି ପାଉ, ସେମାନଙ୍କ ଫସଲର ଲାଭକରୀ ମୂଲ୍ୟ ମିଳୁ ଏବଂ କୃଷକଙ୍କ ମାନସମ୍ମାନ ସୁରକ୍ଷିତ ରହୁ। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚରଣ ସିଂହଙ୍କ ପ୍ରେରଣାରେ ହିଁ କୃଷକମାନଙ୍କ ହିତରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ କୌଣସି ପରିସ୍ଥିତିରେ ବି କୃଷକମାନଙ୍କ କ୍ଷତି ହେବାକୁ ଦେବେନାହିଁ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories