www.samajalive.in
Monday, December 15, 2025
26.1 C
Bhubaneswar

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ସାରା ଦେଶରେ ଆଜି ବାପୁଙ୍କୁ ସ୍ମରଣ କରାଯାଉଛି ।  ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ରାଷ୍ଟ୍ରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ ଗାନ୍ଧୀ ଜୟନ୍ତୀ ହେଉଛି ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ । ତାଙ୍କ ଆଦର୍ଶ ମାନବ ଇତିହାସର ଗତିପଥକୁ ପରିବର୍ତ୍ତନ କରିଥିଲା । ସେ ଲୋକଙ୍କୁ ସଶକ୍ତ କରିବାର ଏକ ଅତ୍ୟାବଶ୍ୟକ ଉପାୟ ଭାବରେ ସେବା ଓ କରୁଣାର ଶକ୍ତିରେ ବିଶ୍ୱାସ କରୁଥିଲେ । ଏକ ବିକଶିତ ଭାରତ ଗଠନ ପାଇଁ ତାଙ୍‍କ ପଥ ଅନୁସରଣ କରି ଚାଲିବୁ  ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories