www.samajalive.in
Saturday, December 6, 2025
16.1 C
Bhubaneswar

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ନିରଞ୍ଜନ ରଥଙ୍କ କାଦୁଆ ଆଶ୍ରମ ପରିଦର୍ଶନ

ସାକ୍ଷୀଗୋପାଳ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ( ଯାହା କି କାଦୁଆ ଆଶ୍ରମ ନାମରେ ପରିଚିତ )ର ପୁନରୁଦ୍ଧାର କରାଯିବ । ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଏହା ପ୍ରକାଶ କରିଛନ୍ତି । ଶ୍ରୀ ରଥ ଆଜି ପୂର୍ବାହ୍ନରେ କାଦୁଆ ଆଶ୍ରମ ପରିଦର୍ଶନ କରିବା ସହିତ ଆଶ୍ରମ ଚତୁର୍ପାଶ୍ୱ ପରିଦର୍ଶନ ଅବସରରେ ଏହା କହିଛନ୍ତି । ଆଶ୍ରମ ମୁଖ୍ୟ ଫାଟକ ନିକଟରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ କରାଯିବ ।ଏଥିସହିତ ସୀମା ଚି଼ହ୍ନଟ ପରେ ଆଶ୍ରମ ଚତୁଃପାଶ୍ୱର୍ରେ ପ୍ରାଚୀର ନିର୍ମାଣ କରାଯିବ ।

ପ୍ରାରମ୍ଭରେ ଶ୍ରୀ ରଥ ଆଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ଖଦିର କେନ୍ଦ୍ରୀୟ ଗୋଦାମ ପରିଦର୍ଶନ କରିଥିଲେ ।
ଉତ୍କଳମଣିଙ୍କ ସମୟରେ ଚାଲୁଥିବା ବୁଣାକାର ତନ୍ତ, ଘଣା ପେଡା ତେଲ, କମାର ଶାଳ, କଂସା ବାସନ ପିତ୍ତଳ କାର୍ୟ୍ୟ, ଢ଼ିଙ୍କିକୁଟା ଚୁଡ଼ା ଓ ଚାଉଳ, ପାମ୍ପଡ଼, ବଡି ଓ ଆଚାର ଆଦି ହାତ ତିଆରି ମସଲା, ଶିଳ, ଶିଳପୁଆ ଓ ଘୋରଣା ଆଦି ପଥର କାମ , ତାରକସି କାମ , ମୋଚି କାମ , ଗୋଶାଳା, ପୋଖରୀର ଉନ୍ନତିକରଣ ,ମହୁଚାଷ, ଛତୁଚାଷ, ସ୍ୱାସ୍ଥ୍ୟ କେନ୍ଦ୍ର ଅତିଥି ଭବନ, ସ୍ଥାୟୀ ପ୍ରଦର୍ଶନୀ କେନ୍ଦ୍ର, ରାଜପଥ ପାର୍ଶ୍ୱରେ ଦୋକାନ, ଆମ୍ବ, ପଣସ ଓ ନଡ଼ିଆ ଗଛ ରୋପଣ, ଗୋବରରୁ ରଙ୍ଗ ତିଆରି, ଦକ୍ଷତା ବିକାଶ କେନ୍ଦ୍ର, ହାତ ତିଆରି କାଗଜ ଖଲି ଓ ନଡ଼ିଆ କତା ଶିଳ୍ପ ଆଦି ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଯନ୍ତ୍ରୀ ହରେକୃଷ୍ଣ ରାୟ, ସମାଜସେବୀ ଭବାନୀ ପ୍ରସାଦ ମିଶ୍ର, କୃଷ୍ଣଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ସ୍ୱାଇଁ, କାଦୁଆ ଆଶ୍ରମର ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ଜଗନ୍ନାଥ ବାରିକ, ମନମୋହନ ମୁଦୁଲି, ସୁବାସ ଚନ୍ଦ୍ର ଦାସ ଓ ସାକ୍ଷୀଗୋପାଳ ସମାଜ ପ୍ରତିନିଧି ଅଭିଷେକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories