ଜାଣନ୍ତୁ ଆଜି କେଉଁ ରାଶିର ଲୋକ ଖୁସିରେ ରହିବେ: ସୋମବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଜ୍ଜ୍ବଳ ଓ ଆଲୋକ ଭାସ୍ବରିତ ହୋଇପାରେ। ସର୍ବତ୍ର ବିଜୟୀ ହେବେ। ସୁସ୍ଥ ରହିବେ।
ବୃଷ: ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
ମିଥୁନ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନକ୍ଷେତ୍ରରେ ଅଗ୍ରଗଣ୍ୟ ହୋଇ ଆଜିର ଶ୍ରୀଚନ୍ଦ୍ର ଭୋଗକୁ ସାର୍ଥକ କରିବେ। ମିଷ୍ଟାନ୍ନ ଭୋଜନରେ ଆପଣ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: ସାଧନାରେ ସିଦ୍ଧତପା ସାଧୁ ହୋଇପାରନ୍ତି; ମାତ୍ର ଅହଂକାର ଶୂନ୍ୟ ହେବା ବାଞ୍ଛନୀୟ। ମନର ବେଗ ବିଜୁଳି ପରି ଚଳଚଞ୍ଚଳ କରିବାକୁ ପଡ଼ିବ। ଜନସ୍ବାର୍ଥରେ ଧନ ବ୍ୟୟ କରି ଜ୍ଞାନର ପରିଚୟ ଦେବେ।
ସିଂହ:ଐକାନ୍ତିକ ଈଚ୍ଛା ଶକ୍ତିର ପରାକାଷ୍ଠା ଅତି ସହଜ ଓ ସରଳ ଭାବରେ ପ୍ରତିଭାତ ହୋଇ ଆପଣ ଚରିତ୍ରର ସୁଗନ୍ଧକୁ ଦିଗ-ବିଦିଗକୁ ବିଚ୍ଛୁରିତ ହେବ। ସେବା, ସ୍ନେହ, ମମତା ଓ କରୁଣାର ଅବତାର ହେବେ।
କନ୍ୟା:ପରସ୍ପର ସ୍ନେହ ବନ୍ଧନରେ ଅନୁବନ୍ଧିତ ହେଲେ ଘର ବୈକୁଣ୍ଠ ତୁଲ୍ୟ ପ୍ରତିଭାତ ହେବ। ଶୁଦ୍ଧ ଆଚରିତ ପର ଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ; କାରଣ ସ୍ବଧର୍ମରେ ଆପଣ ପାପଭାଗୀ ହେବେନି।
ତୁଳା:କର୍ମଠ ଓ କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁଖସମୃଦ୍ଧିପୂର୍ଣ୍ଣ ସୌଭାଗ୍ୟଶାଳୀ ହେବେ। ଉଦ୍ୟୋଗପତିଙ୍କ ଲକ୍ଷ ସାଧିତ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ।
ବିଚ୍ଛା :ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ସ୍ବାଭିମାନୀ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭପ୍ରାପ୍ତ ହୋଇପାରନ୍ତି।
ଧନୁ:ସରକାରୀ ସ୍ବାର୍ଥଜନିତ ସେବା କାର୍ଯ୍ୟକୁ ଛାଡ଼ି ନିସ୍ବାର୍ଥପର ସେବାରେ ନିଜକୁ ନିୟୋଜିତ କରିବା ଏକ ମହାନତାର ପରିଚାୟକ ହେବ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଈଶ୍ବର ବିଶ୍ବାସୀ ହେବେ।

ମକର: କୋର୍ଟ-କଚେରି ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରେ ସୁଖ-ଶାନ୍ତି ରହିବ। କମ ସମୟରେ ଅଧିକ ଲାଭ ପାଇବା ଆଶା ଛାଡ଼ନ୍ତୁ। ସୁଖର ରହିବେ।
କୁମ୍ଭ:ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ଭେଟ ହୋଇପାରେ। ନୂଆ ମିତ୍ର ମଧ୍ୟ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରୁ ଆର୍ଥିକ ଲାଭ ପ୍ରାପ୍ତ ହେବେ।
ମୀନ:ଆଜିର ଦିନଟି ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଙ୍କ କୃପାଦୃଷ୍ଟି ଆପଣଙ୍କୁ ମିଳିପାରେ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

Comments are closed.