ରାଜନୀତି କରୁଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା ତୃଣମୂଳ କଂଗ୍ରେସ
ଡେସ୍କ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଗାମୀ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ବେଆଇନ ଭାବେ ହସ୍ତକ୍ଷେପ କରିବା ଏବଂ ନିର୍ବାଚନ କମିସନଙ୍କ ଭଳି ସମାନ୍ତରାଳ କାର୍ଯ୍ୟାଳୟ ଚଳାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି।
ନିର୍ବାଚନ ସମୟରେ ଭୋଟରଙ୍କ ଅଭିଯୋଗ ଶୁଣିବା ଏବଂ ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଏକ ନୂଆ ପୋର୍ଟାଲ ‘ଲୋଗ୍ ସଭା’ ଆରମ୍ଭ କରିଥିବାରୁ ରାଜଭବନ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ କରି ଟିଏମସି କହିଛି ଯେ ଏହା କେବଳ ନିର୍ବାଚନ କମିଶନଙ୍କ କ୍ଷମତାକୁ କ୍ଷୁଣ୍ଣ କରେ ନାହିଁ, ବରଂ ଅଭିଯୋଗର ସମାଧାନ କରିବାର ଅଧିକାର ଛଡ଼ାଇ ନେଉଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।
ଯୋଗୀ ସରକାରଙ୍କ ମଦ୍ରାସା ଶିକ୍ଷା ଆଇନ ରଦ୍ଦ, ଅସାମ୍ବିଧାନିକ ବୋଲି କହିଲେ ଆହ୍ଲାବାଦ ହାଇକୋର୍ଟ
ଏଭଳି ପରିସ୍ଥିତିରେ ସିଭି ଆନନ୍ଦ ବୋଷଙ୍କୁ ଅଭିଯୋଗର ତଥାକଥିତ ରିପୋର୍ଟିଂ ଏବଂ ଲୋଗ୍ ସଭା ନାମ ଓ ଶୈଳୀରେ ନିର୍ବାଚନର ତଦାରଖ ପାଇଁ ସମାନ୍ତରାଳ ନିର୍ବାଚନ ପ୍ରଣାଳୀ ଚଳାଇବାରୁ ରୋକିବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଚର୍ଚ୍ଚାରେ ପୂର୍ଣ୍ଣଛେଦ! ମେଣ୍ଟ ନୁହେଁ, ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି – ମନମୋହନ
Comments are closed.