www.samajalive.in
Sunday, December 14, 2025
19.1 C
Bhubaneswar

‘ତିତ୍‍ଲି’ କ୍ଷୟକ୍ଷତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

-ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ, -୩ଲକ୍ଷ ଲୋକ ୧୧୧୨ ଆଶ୍ରୟସ୍ଥଳରେ
-ପର୍ଯ୍ୟାପ୍ତ ରିଲିଫ ପାଇଁ ନିର୍ଦେଶ, -କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ତିତ୍‍ଲି’ ମୁକାବିଲାରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଥିଲେ। ବର୍ତ୍ତମାନ ସୁଦ୍ଧା ‘ତିତ୍‍ଲି’ ଯୋଗୁଁ କେହି ମୃତ୍ୟୁମୁଖରେ ପଡ଼ିଥିବାର ସୂଚନା ନାହିଁ। ‘ତିତ୍‍ଲି’ ଓଡ଼ିଶା ମଧ୍ୟଦେଇ ପଶ୍ଚିମବଙ୍ଗ ଗତି କରୁଥିବାରୁ ପରିସ୍ଥିତି ଉପରେ ନଜର ରଖାଯିବା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ପରିସ୍ଥିତି ଉପରେ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ରିଲିଫ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାର ପ୍ରଭାବରେ କେତେକ ଜିଲାରେ ୧୦୦ମିଲି ଉପରେ ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ଜିଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍‍ ସରବରାହ, ପାନୀୟ ଜଳ ଯୋଗାଣ ଓ ସଡ଼କ ଯୋଗାଯୋଗ ଆଦି ଜରୁରୀ ସେବାକୁ ତୁରନ୍ତ ପୁନଃସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଜିଲାପାଳମାନେ ଫସଲ ଓ ଘରଭଙ୍ଗା ଆଦି କ୍ଷତିଗୁଡ଼ିକୁ ଯଥାଶୀଘ୍ର ଆକଳନ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ତିତ୍‍ଲିର ମୁକାବିଲା ପାଇଁ ୧୩ଟି ଏନଡ଼ିଆରଏଫ ସହିତ ଓଡ୍ରାଫ ବାହିନୀକୁ ପ୍ରଭାବିତ ଜିଲାଗୁଡ଼ିକରେ ମୁତୟନ କରାଯାଇଛି। ଗଜପତି ଜିଲା ପାଇଁ ଆଉ ୨ଟି ଏନଡ଼ିଆରଏଫ ଟିମ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ସମେତ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ସଚିବ, ପାଣିପାଗ ବିଭାଗ ନିର୍ଦେଶକ ଉପସ୍ଥିତ ଥିଲେ।
ତିତଲି ପାଇଁ ପ୍ରାକ ପ୍ରସ୍ତୁତି କାଳରେ ଗତକାଲି ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ତଳିଆ ଅଞ୍ଚଳରୁ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କୁ ୧୧୧୨ଟି ରିଲିଫ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ରିଲିଫ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦିଆଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories