www.samajalive.in
Saturday, December 6, 2025
16.1 C
Bhubaneswar

ଟିଟିଲାଗଡ଼ରେ ବଢ଼ିଲା କର୍ଫ୍ୟୁ ଅବଧି

ଭୁବନେଶ୍ବର : ଟିଟିଲାଗଡ଼ ସହରରେ ଆଜି (ରବିବାର) ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଇଥିବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଫଳରେ ଆସନ୍ତାକାଲି ମଧ୍ୟ ଟିଟିଲାଗଡ଼ରେ କର୍ଫ୍ୟୁ ଜାରି ରହିବ। ଦିନ ୧୨ଟାରୁ ରାତି ୧୨ଟା ଯାଏଁ କର୍ଫ୍ୟୁ ଜାରି ହେବ। ଆସନ୍ତାକାଲି ପୁଣି ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଟିଟିଲାଗଡ଼ ଆସିବ। ଆସନ୍ତାକାଲି ବିଜୟୱାଡା ନିକଟସ୍ଥ ରାୟାନାବାଡୁରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଆ ଶ୍ରମିକଙ୍କୁ ନେଇ ଅପରାହ୍ନ ୨ଟା୩୦ରେ ଟିଟିଲାଗଡ଼ରେ ପହଞ୍ଚିବ। ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ପ୍ରଶାସନ ପଦକ୍ଷେପ ନେଇଛି। ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ ଏଠାରେ କର୍ଫ୍ୟୁ ଅବଧିକୁ ବଢ଼ାଇଛନ୍ତି।

କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ଏବଂ ଘରୁ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ବାହାରକୁ ଆସନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କଡ଼ା ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ନେଇ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ଟିଟିଲାଗଡ଼ ଦେଇ ଯିବାକୁ ଥିବାରୁ ସହରରେ ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ କର୍ଫ୍ୟୁ ଜାରି କରିଛନ୍ତି। ଆନ୍ଧ୍ର ପ୍ରଦେଶ ଓ ମୁମ୍ବାଇରୁ ୨ଟି ଟ୍ରେନ୍‌ ପ୍ରାୟ ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଛି। କେବଳ ବଲାଙ୍ଗୀର ଜିଲାର ୨୦୮ ଶ୍ରମିକ ଏହି ଟ୍ରେନ୍‌ରେ ଆସୁଛନ୍ତି। ତେବେ ଟିଟିଲାଗଡ଼ ସହରରେ ୩୦୦ରୁ ଅଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି। ଆନ୍ଧ୍ର ପ୍ରଦେଶ ଓ ମୁମ୍ବଇରୁ ଆସି ଟିଟଲାଗଡ଼ରେ ଓହ୍ଲାଇବାକୁ ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚାଇବା ପାଇଁ ଟିଟିଲାଗଡ଼ ସହରରେ କର୍ଫ୍ୟୁ ଜାରି ହୋଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories