www.samajalive.in
Saturday, December 6, 2025
16.1 C
Bhubaneswar

ତିତଲିରେ ୬୧ ଜଣଙ୍କ ମୃତ୍ୟୁ; ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।   ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ବିଷୟରେ  ଯାଞ୍ଚ ଚାଲିଛି । ସେମାନଙ୍କ ମଧ୍ୟରୁ ୩ ଜଣ ମତ୍ସଜୀବୀ ଥିବା ଜଣାପଡିଛି।  ସୋରଡାରୁ ଦାରିଙ୍ଗିବାଡି ରାସ୍ତା ବ୍ୟତିତ ସବୁ ରାସ୍ତା ମରାମତି ଶେଷ ହୋଇଛି । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଛି । ଗ୍ରାମାଞ୍ଚଳରେ ୬୫୦ରୁ ୫୭୦ ଗାଁକୁ ପାନୀୟ ଜଳ ଯେଗାଣ ସ୍ବାଭାବିକ ହୋଇଛି । ନଳ କୂପ ମରାମତି ହେବା ସହ ଆସନ୍ତା ୨୨ ତାରିଖ ସୁନ୍ଧା ୯୦% ବିଦ୍ୟୁତ୍ କାମ ସରିବ । ପ୍ରଭାବିତ ଅଞ୍ଚଳରେ ୫୦ କେଜି ଲେଖାଏଁ ଚାଉଳ ଦିଆଯାଇଛି । ଗଜପତିରେ ୧୧ କୋଟିର ନଗଦ ଟଙ୍କା ବଣ୍ଟା ହୋଇଥିବା ବେଳେ ଗଞ୍ଜାମ ଜିଲାରେ ନଗଦ ଟଙ୍କା ବଣ୍ଟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କ୍ଷୟକ୍ଷତି ନେଇ କେନ୍ଦ୍ରକୁ ପ୍ରାରମ୍ଭିକ ରିପୋର୍ଟ ଦିଆଯାଇଛି ବୋଲି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories