ଟିଟିଲାଗଡ଼ : ଅବକାରୀ ଗୁଇନ୍ଦା ବିଭାଗର ସମ୍ବଲପୁର ପକ୍ଷରୁ ଏକ ବିଶେଷ ସୁତ୍ରରୁ ସୁଚନା ପାଇ ରବିବାର ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଇଚଗାଁରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବୈଷ୍ଣବ ସାହୁ ନାମକ ଜଣେ ଗ୍ରାମବାସୀଙ୍କ ଘରୁ ୨୧ କିଲୋଗ୍ରାମ ଗଞ୍ଜେଇ ସହ ୧୩ ଲକ୍ଷ ଟଙ୍କା ଜବତ ହେବା ଆଳୋଚନାର ବିଷୟ ହୋଇଛି। ଅବକାରୀ ବିଭାଗ ଅଭିଯୁକ୍ତଙ୍କୁ ଗିରଫ ସହ ଆଜି ଟିଟିଲାଗଡ କୋର୍ଟ ଚାଳାଣ କରିଛି। ଏହି ଚଢାଉ ଦଳରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ସମ୍ବଲପୁର ଶଶିକାନ୍ତ ଦତ୍ତ, ଟିଟିଲାଗଡ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାଶ, କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା, ଏସଆଇ ହେମନ୍ତ ମହାନନ୍ଦିଆ, ଏଏସଆଇ ବିଜୟ ଲାକ୍ରା, ଗିରିଜା ଶଙ୍କର ମହାନ୍ତି, ଶ୍ରୀଦ୍ଧର ପଲାଇ ପ୍ରମୁଖ ସାମିଲ ଥିଲେ। ଟିଟିଲାଗଡ ଅଞ୍ଚଳରେ ଗଞ୍ଜେଇ କାରବାର ବ୍ୟାପକ ହୋଇଥିବା ବେଳେ ଜାତୀୟ ରାଜପଥରେ ବୋଲେରୋ ଭର୍ତ୍ତି ଗଞ୍ଜେଇ ଜବତ ହେବା, ଟ୍ରେନରେ ଗଞ୍ଜେଇ ଚାଲାଣ ଆଦି ଚର୍ଚ୍ଚାର ବିଷୟ ହୋଇଛି। ସିଧାସଲଖ ଫୁଲବାଣି ତଥା ରାୟଗଡା ଜିଲା ପଟରୁ ଟିଟିଲାଗଡ ଅଞ୍ଚଳକୁ ନିତ୍ୟ ଟ୍ରେନ ତଥା ବିଭିନ୍ନ ଯାନବାହାନ ଯୋଗେ ଗଞ୍ଜେଇ ଚାଲାଣ ଜାରି ରହିଥିବା ଅଭିଯୋଗ ହେଉଥିବା ବେଳେ ଅବକାରି ବିଭାଗ ବିଶେଷ ଧ୍ୟାନ ଦେବାକୁ ଦାବି ହୋଇଛି।
Popular Categories



