www.samajalive.in
Saturday, December 6, 2025
15.1 C
Bhubaneswar

ନାମାଙ୍କନ ପତ୍ରରେ ତ୍ରୁଟିକୁ ନେଇ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାନ ପଞ୍ଚାୟତରେ ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି  ।  ଖବର ପାଇ ଟିଟିଲାଗଡ଼ ଅତିରିକ୍ତ ଜିଲା ପୁଲିସ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ଅପରାହ୍ନ ୩ ଟା ସୁଦ୍ଧା ସଦଲବଲ ଖୋଲାନ ପଞ୍ଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ରହିଛନ୍ତି  । ଖୋଲାନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ପରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ଆବେଦନ ପତ୍ରରେ କିଭଳି ହାତରେ ଲେଖାଗଲା ବୋଲି ପ୍ରତିପକ୍ଷ ଅଭିଯୋଗ କରିଛନ୍ତି  । ଏପରିକି ତହସିଲଦାରଙ୍କ ଦ୍ୱାରା ଅନୁମୋଦିତ ଛାପା ସତ୍ୟପାଠରେ ହାତରେ ଲେଖା ଯାଇଛି  । ଯାହାକି ଆଇନ ଅନୁମୋଦିତ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ମନୋଜ ହାତୀ ଯୁକ୍ତି ବାଢିଥିଲେ  । ପ୍ରତିପକ୍ଷକୁ ଏହି ମାମଲାରେ ଅଯଥା ଅନୁଗ୍ରହ କରି ନାମାଙ୍କନ ପତ୍ର ଦାଖଲ ପରେ ଡାକି ଫର୍ମ ପୂରଣ କରାଯାଇଥିବା ଅଭିଯୋଗ ହୋଇଛି  । ଏନେଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି  ।  ଏନେଇ ଗ୍ରାମରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଲିସ କଡା ନଜର ରଖିଛି  ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories