www.samajalive.in
Saturday, December 6, 2025
17.1 C
Bhubaneswar

ଶାଗନାମୁଣ୍ଡା ଗାଁରେ ସାହାରା ବିରୋଧୀ ମେଳି

ଟିଟିଲାଗଡ଼ :  ଟିଟିଲାଗଡ଼ ବ୍ଳକ ଶାଗନାମୁଣ୍ଡା ଗ୍ରାମରେ ସାହାରା କମ୍ପାନୀ ବିରୁଦ୍ଧରେ ସାଗନାମୁଣ୍ଡା, ଜାମଜୋର, ପୁଡାପଦର, ଘଣ୍ଟବାହାଳି, ମହଡା, ଲୁଥୁରବନ୍ଧ ଗ୍ରାମବାସୀଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଦୀର୍ଘ ୧୧ ବର୍ଷ ତଳେ ରାଜ୍ୟ ସରକାରଙ୍କ ଇଡ଼କୋ ପକ୍ଷରୁ ଏକ ହଜାର ଏକର ଚାଷ ଜମି ଅଧିଗ୍ରହଣ ପାଇଁ ଵିଜ୍ଞପ୍ତି ପ୍ରକାଶ କରିଥିଲା । ଅଧିଗ୍ରହଣ ହୋଇଥିବା ଜମିରେ ସାହାରା କମ୍ପାନୀ ପକ୍ଷରୁ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପ୍ରସ୍ତାବ ରହିଥିଲା । ଏନେଇ ପ୍ରାୟ ୪୦ ପ୍ରତିଶତ ଜମିର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ।  ତେବେ ଏହାକୁ ବିରୋଧ କରି ଅଦାଲତର ଆଶ୍ରୟ ନେବାରୁ ପ୍ରକଳ୍ପ କାର୍ୟ୍ୟ ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଆରମ୍ଭ ହୋଇ ପାରୁନାହଁ । ସେହି ସମୟରୁ ଗ୍ରାମ ଗୁଡିକରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ୟ୍ୟ ଠପ ରହିଛି । ସାଗନାମୁଣ୍ଡା ଗ୍ରାମକୁ ତିନି ବର୍ଷ ତଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ ହୋଇଥିଲା । ତେବେ ଇଡ଼କୋ ପକ୍ଷରୁ ବିରୋଧ ଯୋଗୁଁ କାମ କେବଳ ସୂଚନା ଫଳକ ରେ ସୀମିତ ରହିଛି ବୋଲି ଅଭିଯୋଗ ହୋଇଛି। ଫଳରେ ଗ୍ରାମକୁ କୌଣସି ଦିଗରୁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ । ପଂଚାୟତ ମୁଖ୍ୟାଳୟକୁ ୩ କିଲୋମିଟର ଆବଡା ଖାବଡା ରାସ୍ତା ହିଁ ଭରସା । ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇପାରୁନାହିଁ । ଏହାକୁ ବିରୋଧ ସହ ଜମି ଅଧିଗ୍ରହଣ ବାତିଲ କରିବାକୁ ସାହାରା ବିରୋଧି ଦାବି କରିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories