ସଇଁତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ବିକ୍ଷୋଭ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ବ୍ଲକ ସଇଁତଲା ପଞ୍ଚାୟତକୁ ମରୁଡି ଦାବିରେ ଚାଷୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଇଁତଲା ସରପଞ୍ଚ ଭୀମସେନ ସ୍ୱାଇଁ, ଓକିଲ ସଙ୍ଘ ସଭାପତି ହିଯକ୍ଷ ତାଣ୍ଡି ପ୍ରମୁଖଙ୍କ ନେତୃତ୍ୱରେ ଏନେଇ ସଇଁତଲା ସହରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କର୍ୟ୍ୟାଳୟ ସମ୍ମୁଖରେ ମରୁଡି ଦାବି ସପକ୍ଷରେ ନାରାବାଜି ସହ ଚେତାବନୀ ଦେଇଥିଲେ । ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଏସମ୍ପର୍କରେ ଦାବି ପତ୍ର ପ୍ରଦାନ କରିଥିଲେ । ସଇଁତଲା ପଞ୍ଚାୟତରେ କୌଣସି ଜଳସେଚନ ସୁବିଧା ନଥିବା ନେଇ ବାରମ୍ବାର ମରୁଡି ପରିସ୍ଥିତି ଉପୁଜିଛି, ହେଲେ ଚାଷୀଙ୍କୁ କୌଣସି ସହାୟତା ପ୍ରଦାନ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପରେ କୃଷି ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ ସହ ଚାଷୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ପୁଟା, ଶତ୍ରୁଘ୍ନ ସାହୁ, ଅମିତ ରଥ, ସାରଦା ନନ୍ଦ, ସୁରେଶ ନନ୍ଦ, ସୁରେଶ ରଣା, ଗଣେଶ ଜାଲ, ବୀରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.