www.samajalive.in
Sunday, December 7, 2025
26.1 C
Bhubaneswar

ୟୁରିଆ କଳାବଜାର: ୯୩ ରିଟେଲର୍‌ଙ୍କୁ ନୋଟିସ, କୃଷି ଅଧିକାରୀଙ୍କୁ ଘେରିଲା ବିଜେପି

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ତଥା ଉପଖଣ୍ଡ ଅଞ୍ଚଳରେ ୟୁରିଆ ଦୂମୁର୍ଲ୍ୟ ହୋଇପଡିଛି। ସମ୍ପ୍ରତି ଚାଷୀ ନିଜ ଧାନ ଫସଲ ରକ୍ଷା ପାଇଁ ୟୁରିଆ ସାର ନିତାନ୍ତ ଆବଶ୍ୟକ କରୁଥିବା ବେଳେ ଏହା ବଜାରରେ ଉପଲବ୍ଧ ହେଉ ନାହିଁ। ଏନେଇ ଚାଷୀଙ୍କ ଅଭିଯୋଗକୁ ନେଇ ଆଜି ବଲାଙ୍ଗିର ସାଂସଦ ପ୍ରତିନିଧି ଗୁଲାବ ସୋନି ଏବଂ ବିଜେପି ନଗର ସଂଯୋଜକ ସଞ୍ଜୟ ତ୍ରିପାଠୀଙ୍କ ନେତୃତ୍ବରେ ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡଙ୍କୁ ବିଜେପି ଘେରିଥିଲା।
ତେବେ ବଲାଙ୍ଗିର ଜିଲାରେ ୟୁରିଆ ଅଭାବ ନେଇ ଶ୍ରୀ ଗୌଡ଼ କହିଛନ୍ତି ଯେ ରାଜ୍ୟ ସରକାର ବଲାଙ୍ଗିର ଜିଲାକୁ ଚଳିତ ବର୍ଷ କମ ୟୁରିଆ ପଠାଇଛନ୍ତି, ତେଣୁ ଏଭଳି ସମସ୍ୟା ଉପୁଜୁଛି। ଅପରପକ୍ଷରେ ବଲାଙ୍ଗିରରେ ୟୁରିଆ କଳାବଜାରରେ ଦୁଇ ଗୁଣାରେ ଦରରେ ବିକ୍ରୟ ଚାଲିଛି। ଏଭଳି ଅଭିଯୋଗ ନେଇ ଟିଟିଲାଗଡ ଉପଖଣ୍ଡ ଅଂଚଳର ୯୩ ଜଣ ରିଟେଲରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ସେହିପରି ୫ ଜଣଙ୍କ ଲାଇସେନ୍ସ ନିଲମ୍ବନ ସହ ଜଣଙ୍କର ଲାଇସେନ୍ସ ବାତିଲ କରାଯାଇଥିବା ଶ୍ରୀ ଗୌଡ କହିଛନ୍ତି।
ଅପରପକ୍ଷରେ ୨୦୧୯ ଖରିଫରେ ମରୁଡି ନେଇ ବୀମା ସହାୟତା ବାବଦକୁ ବିମା କମ୍ପାନୀର ଅଭିଯୋଗ ନେଇ ପୁର୍ନତଦନ୍ତ ସହ ଚାଷୀଙ୍କ ଆବେଦନ ବଲାଙ୍ଗିର ଜିଲାପାଳଙ୍କୁ ପଠାଯାଇସାରିଛି। ସେଠାରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଗଲେ ବିମା କମ୍ପାନୀ ସହାୟତା ରାଶି ପ୍ରଦାନ କରିପାରେ ବୋଲି କୃଷି ଅଧିକାରୀ ସ୍ପଷ୍ଟ କରିଛନ୍ତି। ୨୦୧୭ ଏବଂ ୨୦୧୮ ଖରିଫ ବିମା ନେଇ ମଧ୍ୟ ବିମା କମ୍ପାନୀକୁ ଚାଷୀଙ୍କ ଅଭିଯୋଗ ପଠାଯାଇଥିବା କହିଛନ୍ତି। ଚାଷୀଙ୍କୁ ଠିକଣା ସମୟରେ ସାର ଏବଂ ରିହାତି କୀଟନାଶକ ମିଳୁନାହିଁ। ସରକାରି ଅଧିକାରୀଙ୍କ ଚାଷୀଙ୍କ ପ୍ରତି କ୍ରମାଗତ ଭାବରେ ଏଭଳି ହେୟ ମନୋଭାବ ନେଇ ତୁରନ୍ତ ସମସ୍ୟାର ସମାଧାନ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କୃଷି ଅଧିକାରୀଙ୍କ ଉପରେ ବର୍ଷିବା ସହ ବିଜେପି ପକ୍ଷରୁ ଚେତାବନି ଦିଆଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories