www.samajalive.in
Sunday, December 14, 2025
23.1 C
Bhubaneswar

ମା’ ସହ ନବଜାତ ଶିଶୁଙ୍କ  ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା ଜାରି, ପୁଲିସ ମୁତୟନ

ଟିଟିଲାଗଡ଼ : ଆଜି ସରକାରୀ ଡାକ୍ତରଖାନାରେ ଜଣେ ମା’ ସହ ନିଜ ନବଜାତ ଶିଶୁଙ୍କ  ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ନେଇ ପ୍ରସୂତି ଓ ପେଟର ଶିଶୁମୃତ୍ୟ ଘଟିଥିବା ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଲିସ ମୁତୟନ ହୋଇଛି ।

ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନୁଆଁପଡା ଗ୍ରାମର ରାଜେଶ ବେହେରାଙ୍କ ପତ୍ନୀ ସରୋଜିନୀ ବେହେରା (୩୦) ଆଜି ସକାଳୁ ଘରେ ଦୀପାବଳି ଅବସରରେ ପୂଜାର୍ଚ୍ଚନା ସାରି ସକାଳ ୧୦ଟାରେ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ପ୍ରସବ ଯନ୍ତ୍ରଣା ନେଇ ଭର୍ତ୍ତି ହୋଇଥିଲେ। ଗତକାଲି ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ସ୍ଥାନୀୟ ଘରୋଇ କ୍ଲିନିକରେ ସରୋଜିନିଙ୍କ ଅଲଟ୍ରା ସାଉଣ୍ଡ କରାଇଥିଲେ।

- Advertisement -

ଆଜି ସକାଳୁ ସରକାରୀ ଡାକ୍ତରଙ୍କ ପରାମର୍ଶକ୍ରମେ ଘରୋଇ କ୍ଲିନିକରେ ବିଭିନ୍ନ ପରୀକ୍ଷା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ କିଛି କ୍ଷଣ ପରେ ସରୋଜିନୀଙ୍କ ସହ ପେଟରେ ଥିବା ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ନେଇ ପ୍ରସୂତି ଓ ପେଟର ଶିଶୁମୃତ୍ୟ ଘଟିଥିବା ଅଭିଯୋଗ କରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିଲେ।

ଘଟଣାର ଖବର ପାଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ବାର, ଆଇଆଇସି ବିଶ୍ୱଜିତ ମନବୋଧ ତଥା ବ୍ୟାପକ ପୁଲିସ ଡାକ୍ତରଖାନାକୁ ନିଜ ଘେରରେ ରଖିଛନ୍ତି। ଏନେଇ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ ନାୟକଙ୍କୁ ପଚାରିବାରୁ ଏଠାରେ ଜଣେ ମାତ୍ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଛନ୍ତି। ଅସ୍ତ୍ରୋପଚାର ବିଶେଷଜ୍ଞ ପଦ ଦୀର୍ଘ ବର୍ଷ ହେଲା ଖାଲି ପଡିଛି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଥିବା ସେ ସ୍ୱୀକାର କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି।

ବିଜୁ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାରେ ଘରୋଇ କରପୋରେଟର ଡାକ୍ତରଖାନା ଗୁଡିକୁ ସାମିଲ କରାଯାଇ ସରକାର କୋଟି କୋଟି ଟଙ୍କା ଲୁଟାଉଥିବା ବେଳେ ସରକାରୀ ଚିକିତ୍ସାର ପ୍ରହସନର ଏକ ନଗ୍ନ ଦୃଶ୍ୟ ଆଜି ଟିଟିଲାଗଡ଼ ଉପଖଣ୍ଡ ମାତୃ ଓ ଶିଶୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories