www.samajalive.in
Sunday, December 14, 2025
23.1 C
Bhubaneswar

ଆଲୋକର ପର୍ବ ଦୀପାବଳି: ସବୁଠି ଉତ୍ସାହର ମାହୋଲ, ଆଲୋକମାଳାରେ ଝଲସୁଛି ଗାଁଠୁ ସହର

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ସବୁଠି ଉତ୍ସାହର ମାହୋଲ, ଆଲୋକମାଳାରେ ଝଲସୁଛି ଗାଁଠୁ ସହର। ସନ୍ଧ୍ୟାରୁ ଘର ସମ୍ମୁଖରେ ଦୀପ ଜଳୁଥିବାବେଳେ ରଙ୍ଗୀନ ଆଲୋକମାଳାରେ ଗାଁରୁ ସହର ସଜେଇ ହୋଇଛି । ନୂଆ ପୋଷାକ ପିନ୍ଧି ଦୀପ ଜାଳି ଲୋକେ ବାଣ ଫୁଟାଉଛନ୍ତି।ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଓ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା କରୁଛି ।  ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।

ସନ୍ଧ୍ୟା ହେବା କ୍ଷଣି ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡେଲରେ ଲୋକେ ଘରକୁ ସଜାଇଛନ୍ତି। ପିଠାପଣା ଓ ମିଠା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରୁଛନ୍ତି ସଭିଏଁ । ପବିତ୍ର ଦୀପାବଳି ଉପଲକ୍ଷେ ଆଜି ପୟା ଶ୍ରାଦ୍ଧ ରହିଥିଲା। ତେଣୁ ଏହି ଅବସରରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେଇଛନ୍ତି। କାଉଁରିଆ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆ ଡାକ ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories