www.samajalive.in
Saturday, December 13, 2025
27.1 C
Bhubaneswar

ଠିକାଦାର ବିଦ୍ୟୁତ୍‌ଉପକରଣ ପାଇଁ ଖର୍ଚ୍ଚ କରିଛନ୍ତି ୧୬୫.୩୫ କୋଟି ଟଙ୍କା: ପୋତା ଯାଇନାହିଁ ବିଦ୍ୟୁତ୍‌ ଖମ୍ବ, ଲାଗିନାହିଁ ଟ୍ରାନ୍ସଫର୍ମର

ଟିଟିଲାଗଡ଼:ଗରିବ ପରିବାରଙ୍କ ଗୃହକୁ ବିଜୁଳି ସଂଯୋଗ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ। ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା ୨୦୦୫, ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ୨୦୧୫, ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା ୨୦୧୭ ଏମିତି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ ପରିବାରଙ୍କ ଘରେ ବିଦ୍ୟୁତ ପହଞ୍ଚାଇବା ପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯାଇଛି। ସମସ୍ତ କ୍ଷେତ୍ରରେ ନିଜସ୍ୱ ଯୋଜନା ପ୍ରଣୟନରେ ଆଗୁଆ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ୨୦୦୭ କାର୍ଯ୍ୟକାରୀ ହୋଇଛି। ଏଭଳିସ୍ଥିତିରେ ଅଦ୍ୟାବଧି ଗ୍ରାମାଞ୍ଚଳରେ ଅନେକ ପରିବାର ବିଜୁଳି ଆଳୁଅରୁ ବଞ୍ଚିତ ହୋଇରହିଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ବିଦ୍ୟୁତ ସଂଯୋଗ ପାଇଁ ନିଯୁକ୍ତ ଠିକାଦାରଙ୍କ ତଂଚକତାର ଗୋଟିଏ ପରେ ଫର୍ଦ୍ଦ ଖୋଲିବାରେ ଲାଗିଛି।

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ପଞ୍ଚାୟତର ଅନେକ ଗ୍ରାମରେ ଅଦ୍ୟାବଧି ବିଦ୍ୟୁତ ଖମ୍ବ ପୋତାଯାଇନାହିଁ। ଟ୍ରାନ୍ସଫର୍ମର ଦେଖାନାହିଁ। ଯୋଜନାରେ ସରକାରଙ୍କ ପକ୍ଷରୁ ମାଗଣା ବିଦ୍ୟୁତ ମିଟର ବସା ଯାଇନାହିଁ। ହେଲେ ଠିକାଦାର ଗତ କିଛି ଦିନ ତଳେ ୧୩୬.୩୫ କୋଟି ଟଙ୍କା ବିଦ୍ୟୁତ୍‌ ଉପକରଣ ପାଇଁ ଖର୍ଚ୍ଚ କରିଥିବା ସମ୍ବନ୍ଧୀୟ ଏକ ବୋର୍ଡ ଆଣି ଗ୍ରାମରେ ବସାଇଦେବା ନେଇ ସାଧରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏନେଇ ସ୍ଥାନୀୟ ସରପଞ୍ଚ ବୀରବର ସାହୁ ଠିକାଦାର ତଥା ବିଦ୍ୟୁତ ବିଭାଗ ସ୍ଥାନୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏପରିକି ୪୧୦ ମିଟର ଲଗାଇଛି, ଦସ୍ତଖତ ଦିଅ ମୋର ବିଲ ବକେୟା ରହିଗଲା ବୋଲି ବିଦ୍ୟୁତ ଠିକାଦାର ସରପଞ୍ଚଙ୍କୁ ଧାଉଁଥିବା ଜଣାଯାଇଛି। ଏନେଇ କାହା ଘରେ ବିଦ୍ୟୁତ ମିଟର ଲଗାଯାଇଥିଲା ସରପଞ୍ଚ କିମ୍ବା ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଠିକାଦାର କୌଣସି ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ଆଜି ଟିଟିଲାଗଡ ବିଜେପି ନଗର ସାଧାରଣ ସମ୍ପାଦକ କୁନା ଭାଟି ସ୍ଥାନୀୟ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ ସହ କୈଫିୟତ ଲୋଡିଥିବା ଜଣାଯାଇଛି। ଅପରପକ୍ଷରେ ଏସମ୍ପର୍କରେ ବିଦ୍ୟୁତ ସଂଯୋଗ ନେଇ ବିଭିନ୍ନ ଠିକା ବଣ୍ଟନ କରିଥିବା ଏନଟିପିସିର ବଲାଙ୍ଗିର କାର୍ଯ୍ୟାଳୟ ପରିଚାଳକ ରାଜେଶ ପୈଦୀଙ୍କୁ ଯୋଗଯୋଗ କରିବାରୁ ସେ ବୁଝିବେ ବୋଲି କହିଛନ୍ତି। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ସମସ୍ତ ଗରିବ ପରିବାରଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ପ୍ରକୃତରେ ଯୋଜନା ଠିକାଦାର ସର୍ବସ୍ୱ ହୋଇରହିଥିବା ଅଭିଯୋଗ ହୋଇଛି। ଅଧାଅଧିଆ କାମ କରି ଠିକାଦାର ବିଲ ଉଠାଇଚାଲିଛନ୍ତି। ଏପରିକି ସ୍ଥାନୀୟ ସରପଞ୍ଚ ତଥା ଲୋକପ୍ରତିନିଧିଙ୍କ ସହ କ୍ଷେତ୍ର ପରିକ୍ଷଣ କରାଯାଉନାହିଁ। ଏନେଇ ଭିଜିଲାନ୍ସ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରି ସଭାପତି ହରିନାରାୟଣ ମିଶ୍ର ଦାବି ରଖିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories