www.samajalive.in
Saturday, December 6, 2025
17.1 C
Bhubaneswar

ବୁଲା କୁକୁରଙ୍କୁ ଅଜଣା ରୋଗ ନେଇ ଆତଙ୍କ 

ଟିଟିଲାଗଡ଼ : ପଶୁପକ୍ଷୀଙ୍କ ଦ୍ୱାରା ବିଭିନ୍ନ ରୋଗ ବ୍ୟାପୀ ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ଟିଟିଲାଗଡ ଅଂଚଳରେ ବୁଲା କୁକୁର ଅଜଣା ରୋଗରେ ଆକ୍ରାନ୍ତ ହେବା ଆତଙ୍କ ସୃଷ୍ଟି କରିଛି। ରୋଗ ଯୋଗୁଁ କୁକୁରଙ୍କ ଚମଡା ବାଳ ଗୁଡିକ ଝଡିଯିବା ସହ ଶରୀର କୁତ୍ସିତ ରୂପ ପାଲଟୁଛି। ଗତ କିଛି ମାସ ହେଲା ସହରରେ ବୁଲା କୁକୁର ଏଭଳି ରୋଗରେ ଆକ୍ରାନ୍ତ ହେଉଥିବା ଆଲୋଚନା ହୋଇଛି।। ସହରର ବିଭିନ୍ନ ଅଞ୍ଚଳରେ ରହିଥିବା ସରକାରୀ କାର୍ଯ୍ୟାଳୟ, ଲୋକଙ୍କ ଘର ତଥା ରାସ୍ତା ଆଦି ଭିଡ ସ୍ଥାନରେ ବୁଲାବୁଲି କରୁଛନ୍ତି।ଏନେଇ ଟିଟିଲାଗଡ ଉପଖଣ୍ଡରେ କାର୍ଯ୍ୟ କରୁଥିବା ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ଅଜୟ ସାହୁଙ୍କୁ ପଚାରିବାର ଏହା ଏକ ଚର୍ମରୋଗ ଏବଂ ଏହାର ଲମ୍ବା ସମୟ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ ରହିଥିବା କହିଛନ୍ତି। ତେବେ ମନୁଷ୍ୟ ଏମାନଙ୍କ ସଂପର୍ଶରେ ଆସିଲେ ରୋଗ ଡେଇଁବା ଯଥେଷ୍ଟ ଅଧିକ ଥିବା ଡା. ସାହୁ ସତର୍କ କରିଛନ୍ତି। ବୁଲା କୁକୁର ସର୍ବଦା ଜନସମାଗମ ମଧ୍ୟରେ ବିଚରଣ କରୁଥିବା ନେଇ ସୁରକ୍ଷା ଦୃଷ୍ଟି କୋଣରୁ ପୌର ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories