www.samajalive.in
Monday, December 15, 2025
26.1 C
Bhubaneswar

ମଙ୍ଗଳବାର କେଉଁ କାର୍ଯ୍ୟ କରିବା ଉଚିତ୍‌‌ ଓ ଅନୁଚିତ୍‌‌

ମଙ୍ଗଳବାରରେ କିଛି ଏପରି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ସେହି ଉପାୟ..
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଲାଲ ରଙ୍ଗର ରୁମାଲ ଅର୍ପଣ କରନ୍ତୁ। ପୂଜା ପରେ ରୁମାଲଟିକୁ ଯତ୍ନର ସହ ନିଜ ପାଖରେ ରଖନ୍ତୁ। ଯେକୌଣସି କାର୍ୟ୍ୟରେ ଯିବା ପୂର୍ବରୁ ସେହି ରୁମାଲକୁ ନିଜ ସାଙ୍ଗରେ ନେଇ ଯାଆନ୍ତୁ। ଏହା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ। ମାତ୍ର ନିଜ ମୁହଁ ପୋଛିବା ପାଇଁ ବ୍ୟବହାର କରନ୍ତୁ ନାହିଁ।
ଏକ ମାଟିର ପାତ୍ରରେ ସେଥିରେ କିଛି ଗହମ, ପାଞ୍ଚଟି ଲାଲ ଫୁଲ ଏକା ସହ ନେଇ ଏହାକୁ ଘରର ଛାତରେ ପୂର୍ବ ଦିଗରେ ଏକ କୋଣରେ ରଖନ୍ତୁ। ଦୀର୍ଘ ଏକ ସପ୍ତାହ ପରେ ସେହି ଗହମକୁ ଛାତରେ ଖେଳାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ମଙ୍ଗଳବାର ଦିନ ତମ୍ବା, କେସର, କସ୍ତୁରୀ, ଗହମ, ଲାଲ ଚନ୍ଦନ, ଲାଲ ଗୋଲାପ, ସିନ୍ଦୂର, ମହୁ, ଲାଲ ଫୁଲ, ମସୁର ଡାଲି, ଲାଲ ଲଙ୍କା, ଲାଲ ପଥର, ଆଦି ଜିନିଷ ଦାନ ହେବା ଉତ୍ତମ। ଏହାଦ୍ୱାରା ମଙ୍ଗଳ ଗ୍ରହ ମଜଭୂତ ହୋଇଥାଆନ୍ତି।
ଯଦି ଆପଣ ଧନର ଅଭାବକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ମଙ୍ଗଳବାର ଦିନ ଦେବୀ ମା’ଙ୍କ ମନ୍ଦିରରେ ଦୀପ ଲଗାନ୍ତୁ। ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହୋଇଥାଏ।

ମଙ୍ଗଳବାର ଦିନ ବିରି ଡାଲି ଖାଇବା ଅନୁଚିତ୍ । ବିରି ଡାଲି ଚୋପା କଳା ହୋଇଥିବାରୁ ଏହା ଶନିଗ୍ରହ ସହ ଜଡିତ । ଶନି ଓ ମଙ୍ଗଳ ଗ୍ରହ ପରସ୍ପର ବିପରୀତ ଗ୍ରହ । ତେଣୁ ମଙ୍ଗଳବାର କଳା ଡାଲି ଖାଇବା ଅନୁଚିତ୍ ।

- Advertisement -

ଶାସ୍ତ୍ର ଅନୁଯାରେ ମଙ୍ଗଳବାର ଦିନ କଦାପି ଜମି ଖୋଳିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଅଶୁଭ ଫଳ ଲାଭ ହୋଇଥିାଏ ।

ମଙ୍ଗଳବାର ଦିନ ଧାରୁଆ ବା ମୁନିଆ ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରାତ୍ମକତା ବଢିଥାଏ ।

ଏହି ଦିନ କେଶ ଏବଂ ଦାଢି ମଧ୍ୟ କାଟନ୍ତୁ ନାହିଁ ।

ମଙ୍ଗଳବାର ଦିନ ଭୁଲରେ ମଧ୍ୟ କାହା ସହ ଚୁକ୍ତିତର୍କ ବା ଝଗଡା କରନ୍ତୁ ନାହିଁ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories