www.samajalive.in
Saturday, December 6, 2025
16.1 C
Bhubaneswar

ଖାଦ୍ୟପ୍ରେମୀ ଏପରି କରୁଥିଲେ ଜାଣି ରଖନ୍ତୁ

ପାଟିର ସ୍ୱାଦ ପାଇଁ ହେଉ ଅଥବା ନିଜ ପସନ୍ଦ ଅନୁଯାୟୀ ହେଉ, ବହୁ ସମୟରେ ଏପରି ଦେଖାଯାଏ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଏହା ଶରୀରର କ୍ଷତି କରିବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏସିଡ଼ିଟି, ବଦହଜିମି, ଡ଼ାଇରିଆ ଆଦି ଏହି କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର କିଛି ଘରୋଇ ସହଜ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ….
ପାନମଧୁରୀ ପାଣି –
ପାନମଧୁରୀକୁ ରାତିରେ ପାଣିରେ ଭିଜାଇ ନିୟମିତ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।
ପୁଦିନା ଜୁସ –
ପୁଦିନା ଜୁସରେ ଥିବା ପୋଷକ ତତ୍ତ୍ୱ ପେଟକୁ ଥଣ୍ଡା ରଖିଥାଏ। ତେଣୁ ନିୟମିତ ପୁଦିନା ଜୁସ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଜୁସ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନାକୁ ପେଷି ଏହାର ରସରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ।
ପୁଦିନା ଓ ଗାଜର ଜୁସ –
ଗାଜର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏହାର ଜୁସ ପେଟକୁ ଥଣ୍ଡା ରଖିଥାଏ। ଯେଉଁ ଦିନ ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ବାହାରର ଖାଦ୍ୟ ଖାଉଛନ୍ତି, ସେ ଦିନ ନିଶ୍ଚୟ ଗାଜର ଓ ପୁଦିନାକୁ ମିଶାଇ ଜୁସ ପ୍ରସ୍ତୁତ କରି ପିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ହେଉଥିବା ଜଳାପୋଡ଼ା, ଏସିଡ଼ିଟି ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ।
ବିଟ ଜୁସ –
ବିଟ ଜୁସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣାକୁ କମ କରିଥାଏ।
ସେହିପରି  ଏପରି ଅନେକ ଲୋକ ରହିଛନ୍ତି, ଯାହାଙ୍କୁ ମିଠା ଖାଇବା ଖୁବ ପସନ୍ଦ ।  ତାହା ଚା’ ହେଉ ଅଥବା ଚକୋଲେଟ । ଯେଉଁମାନଙ୍କୁ ମିଠା ଖାଇବା ଖୁବ ପସନ୍ଦ ସେମାନେ ଯେକୌଣସି ପ୍ରକାର ମିଠା ନିଶ୍ଚୟ ଖାଇଥାଆନ୍ତି । ଏହାଦ୍ୱାରା ମନକୁ ଶାନ୍ତି ମିଳିଥାଏ । ମିଠା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିଲେ ମଧ୍ୟ ଅତ୍ୟଧିକ ମିଠାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ମିଠାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।
ଉଚିତ ମାତ୍ରାରେ ମିଠାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଡାର୍କ ଚକୋଲେଟ ଭଳି ମିଠା ଜିନିଷ ଖାଇବା ଦ୍ୱାରା ହୃଦୟ ପାଇଁ ଉତ୍ତମ ହେବା ସହ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ।
ମିଠା ଖାଦ୍ୟରେ କ୍ୟାଲୋରୀ ମାତ୍ରା ଅଧିକ ଥିବାରୁ ଏହାର ଅତ୍ୟଧିକ ସେବନ ଦ୍ୱାରା ଏହା ଓଜନ ବୃଦ୍ଧିର କାରଣ ହୋଇଥାଏ । ମଧୁମେହ, ହୃଦୟ ଜନିତ ସମସ୍ୟା ସହ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ବିଶେଷଜ୍ଞଙ୍କ ମତରେ ମିଠା ଅଧିକ ସେବନ ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ଫଳରେ ମଧୁମେହର ସମ୍ଭାବନା ଅଧିକ ଥାଏ । ମଧୁମେହ ରୋଗୀଙ୍କୁ ମଧ୍ୟ ମିଠା ଖାଇବାକୁ ବାରଣ କରାଯାଇଥାଏ ।
ଅଧିକ ମିଠାର ସେବନ ଦ୍ୱାରା ରୋଗପ୍ରତିରୋଧକ କ୍ଷମତା ବୃଦ୍ଧିରେ ସମସ୍ୟା ସୃଷ୍ଟି ହୋଇଥାଏ ।ଫଳରେ ସହଜରେ ଥଣ୍ଡା ଜ୍ୱର ଅନ୍ୟ ସଂକ୍ରମଣ ସହଜରେ ହୋଇଥାଏ । ଏହାସହ ଲଗାତାର ମିଠା ଖାଇବା ଦ୍ୱାରା ହାଡ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories