www.samajalive.in
Saturday, December 6, 2025
15.1 C
Bhubaneswar

ଗୋରା ରଙ୍ଗ ପାଇଁ ଇଚ୍ଛୁକ ଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗୋରା ରଙ୍ଗ ପାଇଁ ସଭିଁଙ୍କର ଇଚ୍ଛା। ଏହି କାରଣରୁ ପ୍ରତ୍ୟେକ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହାସହ ଫେସିଆଲ, ଫେସ ପ୍ୟାକ, ବିଭିନ୍ନ ବିୟୁଟି ଦ୍ରବ୍ୟର ବ୍ୟବହାର ମଧ୍ୟ କରିଥାଆନ୍ତି। ମୁହଁ ସହ ନିଜ ଶରୀରର ମଧ୍ୟ ଗୋରା କରିବା ପାଇଁ ଯତ୍ନବାନ ହେବା ଉଚିତ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ….
ଲେମ୍ବୁରେ ପ୍ରସ୍ତୁତ କରନ୍ତୁ ଲୋଶନ –
୨ ଚାମଚ ଲେମ୍ବୁ ରସରେ ୩ ଚାମଚ ଗ୍ଲିସରିନ ମିଶାଇ ରଖନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଖୁବ ଲାଭକାରୀ ଅଟେ।
ମାତ୍ର ଲେମ୍ବୁ ଲଗାଇ ସଙ୍ଗେ ସଙ୍ଗେ ଖରାକୁ ଯାଆନ୍ତୁ ନାହିଁ। ଏହା ଚର୍ମ ଉପରେ କୁପ୍ରଭାବ ପକାଇଥାଏ। ଘରେ ଫେସୱାସ ପ୍ରସ୍ତୁତ କରନ୍ତୁ –
ବଜାରରେ ମିଳୁଥିବା ଫେସୱାସ ପରିବର୍ତ୍ତେ ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିପାଇଁ ଆପଣ ଲେମ୍ବୁରସ, ପାଣି, ମହୁ ଏବଂ ଘିକୁଆଁରୀ ରସ ଆଦିକୁ ମିଶ୍ରଣ କରନ୍ତୁ। ଏହାକୁ ନିୟମିତ ସକାଳେ ମୁହଁରେ ଲଗାଇ, ଭଲ ଭାବେ ମାଲିସ କରି ଧୁଅନ୍ତୁ।
ସ୍ନାନ ଜଳରେ ମିଶାନ୍ତୁ ଏହି ଦ୍ରବ୍ୟ –
ନିୟମିତ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଲେମ୍ବୁ ୬ ରୁ ୭ ବୁନ୍ଦା ମିଶାନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories