www.samajalive.in
Saturday, December 6, 2025
14.1 C
Bhubaneswar

କେମିତି ବାଇକ୍‌ ଓ କାରରେ କମ୍‌ ହେବ ତେଲ ଖର୍ଚ୍ଚ? ଜାଣନ୍ତୁ…

ରୁଷ୍‌-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ପକେଟରେ ପଡ଼ିବ। ଅର୍ଥାତ୍‌ ଦରଦାମ ବୃଦ୍ଧି ପାଇବ। ଫେବୃୟାରୀ ଶେଷରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାର ଅତିକ୍ରମ କରିଛି। ଗତ ୧୪ ବର୍ଷ ମଧ୍ୟରେ ଦର କେବେ ଏତେ ବୃଦ୍ଧି ହୋଇ ନଥିଲା। ଏଭଳି ପରିସ୍ଥିତିରେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ନିଶ୍ଚିତ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଦେଶର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ଏହା ସିଧାସଳଖ ତାଙ୍କ ପକେଟକୁ ପ୍ରଭାବିତ କରିବ। ତେବେ ଆପଣ କିଛି ସରଳ ଉପାୟ ଅନୁସରଣ କରି ମାସକୁ ପ୍ରାୟ ୧୦ ପ୍ରତିଶତ ପେଟ୍ରୋଲ ମୂଲ୍ୟ ସଞ୍ଚୟ କରିପାରିବେ। ଏହାଦ୍ବାରା ଅପଣଙ୍କ ଖର୍ଚ୍ଚ କମ୍‌ ହେବା ସହ ବାଇକ୍‌ ଓ କାର୍‌ ସୁରକ୍ଷିତ ରହିବ।

- Advertisement -

କାର୍‌ ବ୍ୟବହାର କରୁଥିଲେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ:

– କାର୍‌କୁ ଛାଇ କିମ୍ବା ବେସମେଣ୍ଟରେ ରଖନ୍ତୁ। ଏହାଦ୍ବାରା ତା’ର ତାପମାତ୍ରା ୬୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ। ଫଳରେ ଏସି କଂପ୍ରେସର ଉପରେ କମ୍‌ ଚାପ ପଡ଼ିବ ଓ କାର୍‌ ଶୀଘ୍ର ଥଣ୍ଡା ହେବ।

– ଯଦି ଗାଡ଼ି ଖରାରେ ପାର୍କିଂ ହୋଇଛି, ତାହେଲେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଡୋର୍‌ ଖୋଲା କରି ଦିଅନ୍ତୁ। ଡୋର୍‌କୁ ୪ରୁ ୫ଥର ଖୋଲା ବନ୍ଦ କରନ୍ତୁ। ଏହାଦ୍ବାରା ଗରମ ପବନ ବାହାରକୁ ବାହାରିଯିବ। କାରରେ ବସିବା ପରେ ଏସି ଚଲାଇ ଦିଅନ୍ତୁ ଓ କିଛି ସମୟ ପାଇଁ ଝରକା ଖୋଲା କରି ଦିଅନ୍ତୁ। ଗରମ ପବନ ବାହାରିଯିବ।

– କାରର କ୍ଲଚ୍‌କୁ ଅଯଥା ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଇନ୍ଧନ ଅଧିକ ଖର୍ଚ୍ଚ ହୁଏ। କେବଳ ଗିୟର ସିଫ୍ଟ ଓ ଅତି ଆବଶ୍ୟକ ସ୍ଥଳେ ଏହାର ବ୍ୟବହାର କରନ୍ତୁ।

ମୋଟରସାଇକେଲ ପାଇଁ ଉପାୟ:

– ସର୍ବପ୍ରଥମେ, ବାଇକର ଗତି ସମାନ ରଖନ୍ତୁ। ଅଚାନକ ସ୍ପିଡ୍‌ ବଢାନ୍ତୁ ନାହିଁ। ଏହାଦ୍ବାରା ଅଧିକ ତେଲ ଖର୍ଚ୍ଚ ହୋଇଥାଏ।

– ବାଇକର ଇଞ୍ଜିନ ସର୍ଭିସ ନିଶ୍ଚିତ କରାଇବେ । ଟ୍ରାଫିକରେ ଅଟକିବା ସମୟରେ ବାଇକ ବନ୍ଦ କରି ଦିଅନ୍ତୁ।

– ବାଇକ ଚେନରେ ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ, ଯଦ୍ବାରା ତାହା ସୁରୁଖୁରୁରେ ଚାଲିବ।

– କ୍ଲଚକୁ ଜୋରରେ ଦବାନ୍ତୁ ନାହିଁ। ଅଧିକ ସମୟ ଧରି ଲୋ ଗିୟରରେ ଗାଡ଼ି ଚଲାନ୍ତୁ ନାହିଁ। ଇଞ୍ଜିନକୁ ଆଗପଟୁ କଭର୍‌ କରନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories