www.samajalive.in
Sunday, December 7, 2025
18.1 C
Bhubaneswar

କରୋନାରୁ ଦୂରେଇ ରହିବା ପାଇଁ ଏଭଳି ହେବା ଆବଶ୍ୟକ ଆପଣଙ୍କ ଜୀବନଶୈଳୀ

ପିଲାଙ୍କୁ ଛୋଟ ଥିବା ସମୟରୁ ହିଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ବିଶେଷ କରି ବର୍ତମାନ କରୋନା ମହାମାରୀ ସମୟରେ ସଭିଏଁ ଏହି କଥାର ତାତ୍ପର୍ଯ୍ୟକୁ ସଠିକ ଭାବେ ବୁଝିସାରିଥିବେ। ଥଣ୍ଡା, କାଶ, ଜ୍ୱର ଆଦି ଜୀବାଣୁ ଜନିତ ହେଉ ଅଥବା ଭୂତାଣୁ ଜନିତ ଯଦି ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଥାଏ, ତେବେ ଆମକୁ ସହଜରେ ରୋଗ ଆକ୍ରମଣ କରିପାରେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଆପଣଙ୍କ ଜୀବନଶୈଳୀ ଓ ଖାଦ୍ୟ ପେୟ ଉପରେ ନିର୍ଭର କରିଥାଏ। ଏହାସହ ଦୈନନ୍ଦିନ କାର୍ଯ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ….
– ଚିକିତ୍ସକ ଓ ବିଶେଷଜ୍ଞ ମତରେ ଉତମ ଜୀବନଶୈଳୀ ବିନା ରୋଗ ପ୍ରତିରୋଧକ କ୍ଷମତା ମଜଭୂତ ହୋଇପାରିବ ନାହିଁ। ଜୀବନଶୈଳୀରେ କେବଳ ଖାଦ୍ୟପେୟ, ବ୍ୟାୟାମ ଓ ଉତମ ନିଦରେ ସୀମିତ ନୁହେଁ।ଏଥିରେ ନିଜର କର୍ମ, ଆଖପାଖର ବାତାବରଣ,ପରିବେଶ ଓ ସମାଜ ପ୍ରତି ଆପଣଙ୍କ ଉନ୍ନତ କର୍ତବ୍ୟ। ପ୍ରତିରୋଧକ କ୍ଷମତାର ପ୍ରକୃତ ଅର୍ଥ ନିଜ ଭିତରେ ପ୍ରାକୃତିକ ଉପାୟରେ ଆତ୍ମରକ୍ଷା କରିବାର ପ୍ରଣାଳୀ। ଜାଣନ୍ତୁ…
– ଉତମ ଖାଦ୍ୟପେୟ ଓ ବ୍ୟାୟାମ।
– ସ୍ୱଚ୍ଛ ବାତାବରଣ
– ଉଠିବା, ବସିବା, ଚାଲିବା, ଶୋଇବା ଏସବୁର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାର ଗଭୀର ସମ୍ବନ୍ଧ ରହିଛି।
– ଅଧିକ ଛଣାଛରି ଖାଦ୍ୟ ଖାଆନ୍ତୁ ନାହିଁ।
ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
– ଯେଉଁ ବ୍ୟକ୍ତିମାନେ ଅଧିକ ଧୂମ୍ରପାନ କରନ୍ତି , ସେମାନଙ୍କ ଫୁସଫୁସ କାର୍ଯ୍ୟର କ୍ଷମତା କମିଯାଏ। ତେଣୁ ସ୍ୱଳ୍ପ କରୋନା ସଂକ୍ରମଣ ସେମାନଙ୍କ ପାଇଁ ପ୍ରାଣଘାତୀ ହୋଇଥାଏ।
– ସ୍ୱଚ୍ଛତା ରଖନ୍ତୁ ଓ ରୁହନ୍ତୁ। ଆବଶ୍ୟକ ଅନୁଯାୟୀ ଭଲ ଭାବେ ହାତ ଧୁଅନ୍ତୁ। ରାସ୍ତାରେ ଅଳିଆ, ଆବର୍ଜନା ଆଦୌ ପକାନ୍ତୁ ନାହିଁ। ପରିବେଶକୁ ସଫା ରଖନ୍ତୁ।
– ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories