ପୋଡ଼ା ରୁଟି ପାଇଁ ପତ୍ନୀକୁ ଦେଲେ ତିନି ତଲାକ

0

ମାହୋବା : ଉତ୍ତରପ୍ରଦେଶ ମହୋବା ଜିଲାରେ ଏକ ସାଧାରଣ କଥାକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ତିନି ତଲାକ ଦେଇଛନ୍ତି। ଖାଇବା ବେଳେ ସ୍ୱାମୀଙ୍କ ଭାଗରେ ପୋଡ଼ା ରୁଟି ପଡ଼ିବାରୁ ମହିଳାଙ୍କୁ ତିନି ତଲାକ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ତିନି ତଲାକ ପରେ ସ୍ୱାମୀଙ୍କୁ ଛାଡ଼ି ଅନ୍ୟତ୍ର ରହିବାକୁ ମହିଳାଙ୍କ ଉପରେ ଚାପ ପକାଯାଉଛି। ଏହି ମାମଲା ମହୋବା ଜିଲାର ପହରେଥା ଗ୍ରାମର। ମହିଳା ଜଣକ ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଛି । ଅଭିଯୋଗକାରିଣୀ ୨୪ ବର୍ଷିୟା ରଜିୟା କହିଛନ୍ତି ଯେ ତାଙ୍କ ବିବାହ ଗତ ବର୍ଷ ଜୁଲାଇ ୪ ତାରିଖରେ ନିହାଲ ଖାନଙ୍କ ସହ ହୋଇଥିଲା। ବିବାହ ପରଠାରୁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ତିନି ଦିନ ତଳେ ତାଙ୍କ ସ୍ୱାମୀଙ୍କ ରାତ୍ରି ଭୋଜନରେ ଗୋଟିଏ ପୋଡ଼ା ରୁଟି ବାହାରିଥିଲା। ଏହାକୁ ନେଇ ସ୍ୱାମୀ ତାଙ୍କୁ ଅନେକ ଗାଳିଗୁଲଜ କରିଥିଲେ। ଏହାସହ ତିନି ଥର ତଲାକ କହି ଘରୁ ବାହାରିଯିବାକୁ କହିଥିଲେ। ଘର ଛାଡ଼ି ଯିବାକୁ ମନା କରିବାରୁ ତାଙ୍କୁ ସିଗାରେଟ୍‍ରେ ଚେଙ୍କ ଦିଆଯାଇଛି। ଏନେଇ ଥାନାରେ ମହିଳାଙ୍କ ସ୍ୱାମୀ ବିରୋଧରେ ମାମଲା ରୁଜୁ କରାଯାଇଛି। ପ୍ରକାଶ ଯେ ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟ ୨୨ରେ ତିନି ତଲାକ ଆଇନ ସମ୍ମତ ନୁହେଁ ବୋଲି କହିବା ସହ ଏହାଦ୍ୱାରା ସମ୍ବିଧାନ ଧାରା ୧୪ର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲେ। ଏ କ୍ରମରେ ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Leave A Reply