www.samajalive.in
Saturday, December 6, 2025
23.1 C
Bhubaneswar

ଟାଇମ୍ସ ନାଁଓ ନବଭାରତ ଓ ଆଜତକ ଟିଭି ଚ୍ୟାନେଲକୁ ସାମ୍ପ୍ରଦାୟିକ ଭିଡିଓ ହଟାଇବାକୁ ନିର୍ଦ୍ଦେଶ

ଡେସ୍କ: ସମ୍ବାଦ ପ୍ରସାରଣ ଏବଂ ଡିଜିଟାଲ ମାନକ ପ୍ରାଧିକରଣ (NBDSA) ଟାଇମ୍ସ ନାଁଓ ନବଭାରତ ଓ ଆଜତକ ଟିଭି ଚ୍ୟାନେଲକୁ ଆଲୋଚନା ସମୟରେ କୌଣସି ସାମ୍ପ୍ରଦାୟିକ ଆଭିମୁଖ୍ୟ ଉପସ୍ଥାପନ ନ କରିବାକୁ ଚେତାବନୀ ଦେଇଛି। ୪ଟି ପୃଥକ ନିର୍ଦ୍ଦେଶନାମାରେ ଉଭୟ ଚ୍ୟାନେଲ ଓ ସେଠାରେ କାର୍ଯ୍ୟରତ ଉପସ୍ଥାପକମାନଙ୍କୁ ଆଲୋଚନା ସମୟରେ ସାମ୍ପ୍ରଦାୟିକ ଆଭିମୁଖ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଛି।

ଏହା ବ୍ୟତୀତ ଟାଇମ୍ସ ନାଁଓ ନବଭାରତ ଚ୍ୟାନେଲ ଏବଂ ଆଜତକ ଚ୍ୟାନେଲର ୱେବସାଇଟରୁ ସାମ୍ପ୍ରଦାୟିକ ବିଷୟବସ୍ତୁ ଥିବା ଭିଡିଓ ଏବଂ ୟୁଟ୍ୟୁବରୁ ସମ୍ପୃକ୍ତ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

ଟାଇମ୍ସ ନାଁଓ ନବଭାରତ ଚ୍ୟାନେଲ ମାମଲାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏକେ ସିକ୍ରି କହିଛନ୍ତି ଯେ ଏହି ଦୁଇ ଚ୍ୟାନେଲ ଅପରାଧ, ଦଙ୍ଗା, ଗୁଜବ ତଥା ଏହିପରି ଆନୁସଙ୍ଗିକ ଘଟଣା ତଥା ଜାତିଗତ ତଥା ଧାର୍ମିକ ସମନ୍ୱୟ ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଲଙ୍ଘନ କରିଛନ୍ତି।

ଟାଇମ୍ସ ନାଁଓ ନବଭାରତ ପ୍ରସାରଣ ବିରୋଧରେ ଦୁଇଟି ପୃଥକ ଅଭିଯୋଗ ଦାଖଲ କରାଯାଇଥିଲା। ଇନ୍ଦ୍ରଜିତ ଘୋରପଦେ ଅଭିଯୋଗ କରିଥିଲେ ଯେ ଚ୍ୟାନେଲ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରି ପ୍ରସାରଣ କରିଥିବାରୁ ତାହା ପ୍ରସାରଣ ନିର୍ଦ୍ଦେଶାବଳୀର ସ୍ପଷ୍ଟ ଉଲ୍ଲଂଘନ କରିଥିଲା। ମାଟିନ ମୁଜାୱାର ନାମକ ଆଉ ଜଣେ ମଧ୍ୟ ସମାନ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ, ଟାଇମ୍ସ ନାଁଓ ନବଭାରତ, ୨୦୨୨ ସେପ୍ଟେମ୍ବର ୨୯ରେ ଏକ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ସଦସ୍ୟଙ୍କ ଦ୍ୱାରା ଜଣେ ମୁସଲିମ ବ୍ୟକ୍ତିଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିବା ଏକ କାହାଣୀ ପ୍ରସାରଣ କରିଥିଲେ। ତେବେ ଚ୍ୟାନେଲ ଦାବି କରିଛି ଯେ ଏହି ଘଟଣାଟି ସର୍ବସାଧାରଣ କାର୍ଯ୍ୟକ୍ରମରେ ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଥିଲା ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତି ମହିଳାଙ୍କ ଅନୁପଯୁକ୍ତ ଫଟୋ ଉଠାଉଥିଲେ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories