BJD Bijuli 480×75 Mob

ଟିକା ଲଗାଇବାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

BJD Bijuli 480×75 Mob
0

ହିନ୍ଦୁ ସଂସ୍କାର ଅନୁଯାୟୀ ମଥାରେ ଚନ୍ଦନ ଟିକା ଲଗାଇବା ଉଚିତ। ବିଭିନ୍ନ ପୂଜା, ବିବାହ ଏବଂ ଅନେକ ଉତ୍ସବ ଆଦି ଇତ୍ୟାଦିରେ ମଥାରେ ଟିକା ଲଗାଇବାର ନିୟମ ରହିଛି। ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି।ମଥାରେ ଟିକା ଲଗାଇବାର କାରଣ:
ଟିକା ସର୍ବଦା ମଥାର ମଧ୍ୟ ଭାଗର କେନ୍ଦ୍ରରେ ଲଗାଇବା ଉଚିତ। ଆମ ମଥାରେ ଆଜ୍ଞାଚକ୍ର ରହିଥାଏ। ଏହା ମନୁଷ୍ୟ ଶରୀରର କେନ୍ଦ୍ର ସ୍ଥାନ ହୋଇଥାଏ। ଏହି ସ୍ଥାନରେ ଟିକା ଲଗାଇବା ଦ୍ୱାରା ଏକାଗ୍ରତା ଓ ଜ୍ଞାନର ବୃଦ୍ଧି ହୋଇଥାଏ। ଆଜ୍ଞାଚକ୍ରକୁ ଗୁରୁଚକ୍ର ମଧ୍ୟ କୁହାଯାଇଥାଏ। ଗୁରୁଚକ୍ରକୁ ବୃହସ୍ପତି ଗ୍ରହର କେନ୍ଦ୍ର ବୋଲି କୁହାଯାଇଥାଏ। ବୃହସ୍ପତି ସମସ୍ତ ଦେବତାଙ୍କ ଗୁରୁ ହୋଇଥିବା କାରଣରୁ ଗୁରୁଚକ୍ରରେ ଟିକା ଲଗାଇବା ଦ୍ୱାରା ଆମ ଜୀବନରେ ଅନେକ ଉନ୍ନତି ହୋଇଥାଏ।କେଉଁ ଆଙ୍ଗୁଠିରେ ଟିକା ଲଗାଇବେ:
ଟିକା ଲଗାଇବା ବେଳେ ସର୍ବଦା ଅନାମିକା ଆଙ୍ଗଠିରେ ଟିକା ଲଗାଇବା ଉଚିତ। ଅନାମିକା ଆଙ୍ଗୁଠି ସୂର୍ଯ୍ୟଙ୍କର ପ୍ରତୀକ ଅଟେ। ଅନାମିକା ଆଙ୍ଗୁଠିରେ ଟିକା ଲଗାଇବା ଦ୍ୱାରା ତେଜସ୍ୱୀ ଓ ସମାଜରେ ମାନ-ସମ୍ମାନ ପ୍ରତିଷ୍ଠା ହୋଇଥାଏ। ଆଙ୍ଗୁଠିରେ ଟିକା ଲଗାଇବା ଦ୍ୱାରା ଜ୍ଞାନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ତର୍ଜନୀ ଆଙ୍ଗୁଠିରେ ଟିକା ଲଗାନ୍ତୁ।ବିଭିନ୍ନ ରଙ୍ଗର ଟିକା ଲଗାଇବାର କାରଣ:
ଟିକା ଯେକୌଣସି ରଙ୍ଗର ହେଉ ନା କାହିଁକି, ଏହା ଲଗାଇବା ଦ୍ୱାରା ଶକ୍ତି ମିଳିଥାଏ। ଟିକା ସାଧାରଣତଃ ଧଳା, ଲାଲ, ହଳଦିଆ ରଙ୍ଗର ହୋଇଥାଏ। ଧଳା ରଙ୍ଗ ବା ଚନ୍ଦନ ଟିକା ଲଗାଇବା ଦ୍ୱାରା ଶରୀରକୁ ଶାନ୍ତି ପ୍ରଦାନ କରିଥାଏ। ଲାଲ ରଙ୍ଗର ଟିକା ଲଗାଇବା ଦ୍ୱାରା ଶକ୍ତି ମିଳିଥାଏ। ହଳଦିଆ ରଙ୍ଗର ଟିକା ଲଗାଇବା ଦ୍ୱାରା ପ୍ରସନ୍ନତା ଭାବ ସୃଷ୍ଟି ହୋଇଥାଏ। ଭଗବାନ ଶିବଙ୍କ ଭକ୍ତ ମାନେ ସର୍ବଦା ବିଭୂତି ଲଗାଇଥାନ୍ତି। ଶନିଙ୍କ ଭକ୍ତ ମାନେ ସର୍ବଦା କଳା ରଙ୍ଗର ଟିକା ଲଗାଇଥାନ୍ତି। ଏହା ସମସ୍ତ ମୋହମାୟା ଠାରୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ।

Leave A Reply