www.samajalive.in
Monday, December 8, 2025
13.1 C
Bhubaneswar

ଆମେରିକାରେ ଟିକ୍‌ଟକ୍ ବନ୍ଦ; ପ୍ଲେ ଷ୍ଟୋରରୁ ହଟିଲା ଆପ୍

ଓ୍ବାଶିଂଟନ୍: ଆମେରିକାରେ ବନ୍ଦ ହେଲା ଟିକ୍‌ଟକ୍। ଶନିବାର ସନ୍ଧ୍ୟାରୁ ଆମେରିକାରେ ଟିକ୍‌ଟକ୍‌ ଆପ୍‌ ବନ୍ଦ ହୋଇଯାଇଛି। ଆମେରିକାରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ହିଁ ଏହି ଆପ୍‌କୁ ହଟାଇ ଦିଆଯାଇଛି। ୟୁଜରମାନେ ଆପ୍‌ରେ ଆଉ ଭିଡିଓ ଦେଖିପାରୁ ନାହାନ୍ତି। ବ୍ୟବହାରକାରୀଙ୍କୁ ଆପ୍‌ରେ ଏକ ବାର୍ତ୍ତା ଦେଖାଯାଉଛି, ଯେଉଁଥିରେ ଏହାକୁ ନିଷିଦ୍ଧ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ତେବେ ଏହା ମଧ୍ୟ କୁହାଯାଇଛି ଯେ, ଆମ ସହ ଯୋଡ଼ିହୋଇ ରୁହନ୍ତୁ। ତେଣୁ ଖୁବଶୀଘ୍ର ବ୍ୟବହାର ପୁନଃ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।

ପ୍ରମୁଖ ପ୍ଲେ ଷ୍ଟୋରରୁ ମଧ୍ୟ ଟିକ୍‌ଟକ୍‌କୁ ହଟାଇ ଦିଆଯାଇଛି। ଆପଲ୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ଆଉ ଦେଖାଯାଉ ନାହିଁ। କିଛି ଦିନ ପୂର୍ବରୁ ଆମେରିକା ସରକାର ଏକ ଆଇନ ପ୍ରଣୟନ କରି ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିକଟରେ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟଡାନ୍ସକୁ ଆମେରିକାରେ ଆପ୍‌ର ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ମଧ୍ୟ କୁହାଯାଇଛି ଯେ, ଯଦି କୌଣସି ଆମେରିକୀୟ କମ୍ପାନୀ ବାଇଟଡାନ୍ସର ଶେୟାର କ୍ରୟ କରି ଟିକ୍‌ଟକ୍‌ ପରିଚାଳନା କରେ, ତେବେ ଆପ୍‌ର ବ୍ୟବହାର ଆମେରିକାରେ ଜାରି ରହିପାରିବ। ଆଇନ ଅନୁଯାୟୀ, ଜାନୁଆରୀ ୧୯ରୁ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ କୌଣସି ଆମେରିକୀୟ କମ୍ପାନୀକୁ ବାଇଟଡାନ୍ସର ଶେୟାର ବିକ୍ରୟ ପାଇଁ ଉଦ୍ୟମ ଜାରି ରହିଛି।

- Advertisement -

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ସଙ୍କେତ ଦେଇଛନ୍ତି ଯେ, ସେ ଆମେରିକାରେ ଟିକ୍‌ଟକ୍‌ର ବ୍ୟବହାର ଜାରି ରଖିପାରନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଏଲନ୍ ମସ୍କ ବାଇଟଡାନ୍ସର ଶେୟାର କିଣି ପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ। ସୁରକ୍ଷା ଦୃଷ୍ଟିରୁ ଆମେରିକାରେ ଟିକ୍‌ଟକ୍‌ର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ଅଭିଯୋଗ କରିଛି ଯେ, ଚୀନ୍‌ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରୁଛି। ଆମେରିକାରେ ୧୭ କୋଟି ଟିକ୍‌ଟକ୍‌ର ବ୍ୟବହାରକାରୀ ଅଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories