ହୁତୁହୁତୁ ହୋଇ ଜଳିଲା ବସ୍‌

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ପଣସପୋଡ଼ି ସାହିକୁ ଯିବା ରାସ୍ତା କଡ଼ରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସ୍‌ଟି ଶନିବାର ରାତିରେ ହଠାତ୍ ନିଆଁ ଲାଗି ଜଳିଯାଇଛି। ଏହା ଦେଖି ଲୋକ ରୁଣ୍ଡ ହେବାସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ବସ୍‌ଟିରେ କିଏ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ସୁକାନ୍ତ ବାରିକ ପ୍ରକାଶ କରିଛନ୍ତି। ତେବେ ଏହି ଘରୋଇ ମିନି ବସ୍‌ଟି କୌଣସି ରୁଟ୍ ପରମିଟ ନ ଥିବାରୁ ଦୀର୍ଘ ମାସ ହେବ ପରିତ୍ୟକ୍ତ ଅବସ୍ଥାରେ ଠିଆହୋଇ ରହିଥିଲା। ଠିଆ ହୋଇଥିବା ବସ୍‌ରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

prayash

ସୂଚନାଯୋଗ୍ୟ ଯେ, ବାଲିଗୁଡାର କ୍ରୀଷ୍ଣା ନାମକ ଏକ ଘରୋଇ ବସ୍ ମାଲିକଙ୍କର ଆଉ ଏକ ବସ୍ ମଧ୍ୟ ଡିସେମ୍ବର ୨୧ ତାରିଖରେ ଥାନା ନିକଟରେ ରହିଥିବାବେଳେ ଦିନ ଦିପ୍ରହରରେ ହୁତୁହୁତୁ ହୋଇ ଜଳି ଯାଇଥିଲା। ଏଥିରେ ଗାଡ଼ିର ଭିତର ପାଖ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ତେବେ ଗୋଟିଏ ମାସ ମଧ୍ୟରେ ଜଣେ ମାଲିକଙ୍କର ଦୁଇ ଦୁଇଟି ବସ୍‌ ଜଳିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

kalyan agarbati

Comments are closed.