ସ୍ୱାମୀର ଟାଙ୍ଗିଆ ଚୋଟରେ ଗୁରୁତର ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ତିଗିରିଆ – ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ମହିଳାଙ୍କର ମୃତ୍ୟୁ ହୋଇଛି ଷ ସୂଚନା ଯୋଗ୍ୟ ଗତ ୧୪ ତାରିଖ ବିଳମ୍ବିତ ରାତିରେ ହାଟମାଳ ଗ୍ରାମର ପ୍ରଶାନ୍ତ ପଣ୍ଡା ତାଙ୍କ ସ୍ତ୍ରୀ ରଶ୍ମିତା ପଣ୍ଡାଙ୍କୁ ଏକ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ।

ରଶ୍ମିତାଙ୍କ ମୁଣ୍ଡ ଏବଂ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପରେ ପରିବାର ସଦସ୍ୟ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ଼ ଦଶଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ରଶ୍ମିତାଙ୍କ ଭାଇ ଏହି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ରମେଶ ଶତପଥୀଙ୍କ ଠାରୁ ଜଣାପଡ଼ିଛି । ଏହି ଘଟଣାରେ ରମେଶଙ୍କ ଏତଲାକୁ ଆଧାର କରି ତିଗିରିଆ ଥାନାରେ ଏକ ମାମଲା ରୁଜୁ ହେବା ସହିତ ରଶ୍ମିତାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଥିଲା ।

Comments are closed.