BJD Bijuli 480×75 Mob

ସଫାରୀ ବାହାରେ କାମ କରୁଥିଲେ ମହିଳା ; ବାଘ ଆକ୍ରମଣରେ ଚାଲିଗଲା ଜୀବନ

BJD Bijuli 480×75 Mob

ନୂଆଦିଲ୍ଲୀ : ଚିଲୀରେ ଏକ ସଫାରୀ ପାର୍କରେ ଏଭଳି ଏକ ଭୟାବହ ଘଟଣା ଘଟିଛି ,ଯାହା ଶୁଣିବା ମାତ୍ରେ ସଭିଏଁ ଭୟରେ ଥରିବାକୁ ଲାଗିବେ ।ସଫାରୀ ପାର୍କରେ କାମ କରୁଥିବା ଜଣେ ମହିଳାଙ୍କ ଉପରେ ହଠାତ ଏକ ବାଘ ଆକ୍ରମଣ କରିଥିଲା । ଯାହା ଫଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଘଟି ମହିଳାଙ୍କ ଉପରେ ଏପରି ଆକ୍ରମଣ କରିଥିଲା, ପୁଲିସକୁ ମଧ୍ୟ ଚିହ୍ନଟ କରିବାକୁ କଷ୍ଟସାଧ୍ୟ ହୋଇପଡିଥିଲା ।
ସଫାରୀ ପାର୍କରେ ପର୍ଯ୍ୟଟକ ସୁରକ୍ଷିତ ଭାବେ ଗାଡି ଭିତରେ ବନ୍ୟ ଜୀବଜନ୍ତୁଙ୍କୁ ଦେଖିଥାଆନ୍ତି । ସେଠାରେ ବାଘ, ସିଂହ ମୁକ୍ତ ଭାବେ ବିଚରଣ କରୁଥାଆନ୍ତି । ମାତ୍ର ଯେଉଁ ସମୟରେ ଜଙ୍ଗଲରେ କର୍ମଚାରୀ କାମ କରିଥାଆନ୍ତି , ସେହି ସମୟରେ ଜନ୍ତୁମାନଙ୍କୁ ଏନକ୍ଲୋଜରରେ ବନ୍ଦ ରଖାଯାଏ ।
ଏହି ଘଟଣାକୁ ନେଇ ଅଧିକାରୀଙ୍କ କହିବାନୁଯାୟୀ, ବାଘ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କର ବେକରେ ଦାଗ ରହିଛି । ବାଘ ଆକ୍ରମଣରେ ମହିଳା ସମ୍ପୂର୍ଣ୍ଣ ଭାବେ ଗୁରୁତର ହୋଇଥିଲେ ।
ତାଙ୍କ କହିବାନୁଯାୟୀ, ମହିଳା ଜାଣିନଥିଲେ ବାଘର ପିଞ୍ଜରାର ଦ୍ୱାର ଖୋଲା ରହିଥିଲା । ବାଘ ତୁରନ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.