www.samajalive.in
Saturday, December 6, 2025
19.1 C
Bhubaneswar

ଡ୍ରେବିଗଡରେ ବାଘ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ବରଗଡ : ବରଗଡ ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି। ସୋମବାର ଦିନ ଏନଟିସିଏ ଟିମ ଡେବ୍ରିଗଡରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚ ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ବରେ ଏକ ଟିମ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଟିମ ଡେବ୍ରିଗଡ ଜଙ୍ଗଲକୁ ଯାଇ ସମସ୍ତ ଘଟଣାର ତଦନ୍ତ କରିଛନ୍ତି। ଏହି ମାମଲାରେ ବନ ବିଭାଗ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବାଘର ନିଶ, ପଞ୍ଝା ଓ ମୃତ ବାଘର ଅବଶେଷ ଜବତ ହୋଇଛି। ଅଭିଯୁକ୍ତମାନେ ନିଜର ଅପରାଧ ସ୍ବୀକାର କରିଥିବା ବରଗଡ ଡିଏଫଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବରଗଡ ଦେବ୍ରିଗଡ ଜଙ୍ଗଲରୁ ଅକ୍ଟୋବର ୨୮ତାରିଖରେ ଏକ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଅଭିଯୁକ୍ତମାନେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ପକାଇଥିବା ବେଳେ ସେଥିରେ ମହାବଳ ବାଘ ପଡି ଯାଇଥିଲା ବୋଲି କହିଛନ୍ତି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବାଘଟି ମରିଯିବା ପରେ ସେମାନେ ବାଘର ନିଶ, ଦାନ୍ତ, ପଞ୍ଝା, ନଖ କାଟି ନେଇ ପାଖରେ ଏକ ଗାତ ଖୋଳି ଅବଶିଷ୍ଠାଂଶ ପୋତିଦେଇଥିଲେ। ତେବେ ପ୍ରାୟ ୧୫ ଦିନ ପରେ ୨୮ ତାରିଖ ଦିନ ବାଘଟି ମରିଥିବା ଜଣାପଡ଼ିଥିଲା। ବାଘଟି ଯେଉଁଠି ମରିଥିଲା, ତାର ୫୦୦ ମିଟର ଦୂରରେ ଅଭିଯୁକ୍ତ ଗୌର ମିର୍ଦ୍ଧା କପଡ଼ାରେ ଘୋଡ଼ାଇଥିବା ୪ଟି ନିଶ, ପଞ୍ଝା ଏବଂ ଜାକିରା ଟୁଡୁଠାରୁ ୩ଟି ଦାନ୍ତ, ନିଶ ଜବତ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories