www.samajalive.in
Saturday, December 6, 2025
19.1 C
Bhubaneswar

କୃଷକଙ୍କ ସହ ମେଘନାଙ୍କ ରହିଛି ଭାବଗତ ସମ୍ପର୍କ

ଭୁବନେଶ୍ୱର : ପ୍ରାଇସ୍‍, ପେନସନ ଓ ପ୍ରେଷ୍ଟିଜ୍‍ ଦାବିରେ ଓଡ଼ିଶାର କୃଷକମାନଙ୍କ ଦ୍ୱାରା ଭୁବନେଶ୍ୱରରେ ସଙ୍ଗଠିତ ହୋଇଥିବା କୃଷି ଆନ୍ଦୋଳନରେ ହଜାର ହଜାର କୃଷକଙ୍କ ମଧ୍ୟରେ ଏକ ଭିନ୍ନ ଚେହେରା ଦେଖିବାକୁ ମିଳିଛି। ଏହି ଚେହେରା ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛି। ତେବେ ଚେହେରାଟି ହେଉଛି କିନ୍ନର ମେଘନା ସାହୁଙ୍କର। କଟକର ବାଙ୍କୀ ବ୍ଲକ ନିବାସୀ ମେଘନାଙ୍କର କୃଷି କାର୍ଯ୍ୟ ସହ ମଧ୍ୟ ଗଭୀର ସମ୍ପର୍କ ରହିଛି। ବୋଧହୁଏ ସେଥିପାଇଁ କୃଷକମାନଙ୍କ ସହ ତାଙ୍କର ଏକ ଭାବଗତ ସମ୍ପର୍କ ରହିଛି। ତାଙ୍କ କହିବା ଅନୁସାରେ, ଦେଶକୁ ଖାଦ୍ୟ ଯୋଗାଇ ଅନ୍ୟମାନଙ୍କର ପେଟ ପୋଷୁଥିବା କୃଷକଙ୍କ ଦୁଃଖ ପ୍ରତି ଲୋକଙ୍କର ଖୁବ୍‍ କମ୍‍ ଧ୍ୟାନ ଯାଇଥାଏ। ନିଜ ଦୁଃଖ ପ୍ରକାଶ କରିବାକୁ ଚେଷ୍ଟା କଲେ ପ୍ରତିବଦଳରେ ମିଳିଥାଏ ଲାଠିମାଡ଼।

ନବ ନିର୍ମାଣ କୃଷକ ସଙ୍ଗଠନର ପକ୍ଷରୁ ଆୟୋଜିତ ହୋଇଥିବା ପଦଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କୃଷକମାନେ ସାମିଲ ହୋଇଛନ୍ତି। ଏହି ଯାତ୍ରା ପାଇଁ ଅନୁମତି ମିଳି ନଥିବାରୁ ଏହାକୁ ବହୁ ସ୍ଥାନରେ ଅବରୋଧ କରିବାକୁ ଚେଷ୍ଟା କରାଯାଉଛି। ମେଘନା କହିଛନ୍ତି, ପ୍ରାଇସ୍‍, ପେନସନ ଓ ପ୍ରେଷ୍ଟିଜ୍‍ ଦାବି କରୁଥିବା କୃଷକମାନଙ୍କ ସହ ସରକାର ଆଲୋଚନା କରି ସମାଧାନର ରାସ୍ତା ବହାର କରନ୍ତୁ। ସେ କୃଷକମାନଙ୍କ ସହ ପାଦରେ ପାଦ ଓ ସ୍ୱର ସହ ସ୍ୱର ମିଶାଇ ତାଙ୍କ ଦାବି ପୂରଣ ପାଇଁ ସ୍ଲୋଗାନ୍‍ ଦେଉଛନ୍ତି। ସେ କହିଛନ୍ତି, ଗତ ରାତିରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ହୁଏତ ସମାଧାନର କୌଣସି ବାଟ ବାହାରି ପାରେ।

- Advertisement -

ମେଘନା ସାହୁ ପୁନର୍ବାର ପ୍ରଶ୍ନ ଉଠାଇଛନ୍ତି, ଏହି ଦେଶରେ ଯଦି ବିଧାୟକ ଓ ସାଂସଦମାନେ ପେନସନ ପାଇ ପାରୁଛନ୍ତି ତାହେଲେ କୃଷକ କାହିଁକି ନୁହେଁ? ପୁଣି ଯଦି କୃଷକ ତା’ କଥା ବ୍ୟକ୍ତ କରିବାକୁ ସ୍ୱର ଉତ୍ତୋଳନ କରୁଛି ତାହେଲେ ତାକୁ ଗିରଫ କରାଯାଉଛି କାହିଁକି ? ସୁରକ୍ଷା କର୍ମୀଙ୍କ ଦ୍ୱାରା ତାଙ୍କୁ ଭୟଭୀତ କରାଯାଉଛି। ଶେଷରେ ସମସ୍ୟା ସହ ଲଢି ଲଢି ବିଫଳ ହୋଇ ସେ ଆତ୍ମହତ୍ୟାର ବାଟ ଆପଣେଇ ନେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories