www.samajalive.in
Saturday, December 6, 2025
14.1 C
Bhubaneswar

ଗୁରୁବାର ଉପାୟ ; କଦଳୀ ବୃକ୍ଷକୁ କରନ୍ତୁ ପୂଜା

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ଏପରି କାର୍ଯ୍ୟ ରହିଛି ଯାହାକୁ କରିବା ଅନୁଚିତ। ସେହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ଜାତକରେ ପ୍ରଭାବ ପଡ଼ିଥାଏ, ଯାହା ଦ୍ୱାରା ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ….
ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ମହିଳା ନିଜ କେଶ ସଫା କରିବା ଉଚିତ ନୁହେଁ। କେଶ କାଟିବା ଉଚିତ ନୁହେଁ, ଏପରି କାର୍ଯ୍ୟ କରିବା ଦ୍ୱାରା ଜାତକରେ ବୃହସ୍ପତି ଦୁର୍ବଳ ହୋଇଥାଆନ୍ତି, ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
ଗୁରୁବାର ଦିନ କଦଳୀ ଖାଇବା ଉଚିତ ନୁହେଁ। ଏହି ଦିନ କଦଳୀ ବୃକ୍ଷର ପୂଜାର୍ଚ୍ଚନା କରାଯାଇଥାଏ। ଏହାସହ ଏହି ଦିନ ଘରେ ଅଧିକ ଓଜନିଆ ବସ୍ତ୍ର ଧୁଅନ୍ତୁ ନାହିଁ।
ପ୍ରତିଦିନ ଭଳି ଗୁରୁବାର ମଧ୍ୟ ଘରକୁ ସଫା କରନ୍ତୁ।
ଗୁରୁବାର ଦିନ ନଖ କାଟନ୍ତୁ ନାହିଁ। ଦାଢି ମଧ୍ୟ ବନାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଗୁରୁବାର ଦିନ କଦଳୀ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଦେଶୀ ଘିଅରେ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଶୀଘ୍ର ବିବାହ ହେବା ସହ ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।
ବୃହସ୍ପତିଙ୍କୁ ହଳଦିଆ ରଙ୍ଗକୁ ଅତିପ୍ରିୟ। ସେ ହଳଦିଆ ରଙ୍ଗର ପାଟବସ୍ତ୍ର ଧାରଣ କରନ୍ତି । ପୂଜାରେ ହଳଦୀ ବ୍ୟବହାର କରନ୍ତୁ। କେସର ଚନ୍ଦନ ଓ ହଳଦୀ ଦାନ କରନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories