www.samajalive.in
Monday, December 8, 2025
13.1 C
Bhubaneswar

ମୁକ୍ତିଲାଭ କଲା ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ : ରହିଛି ଏହି ୫ଟି ବିଶେଷତ୍ୱ

ନୂଆଦିଲ୍ଲୀ : ମୁକ୍ତିଲାଭ କରିଛି ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଅମିତାଭ୍‍ ବଚ୍ଚନ ଓ ଅମିର ଖାନ୍‍ଙ୍କୁ ଏକ ସଙ୍ଗେ ଦେଖିବାକୁ ମିଳିଛି। ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ ରେ କ୍ୟାଟ୍ରିନା କୈଫ୍‍ ଓ ଫାତିମା ସନା ଶେଖ୍‍ ମଧ୍ୟ ଦମ୍‍ଦାର୍‍ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ‘ଧୁମ୍‍-୩’ର ଲୋକପ୍ରିୟ ନିର୍ଦ୍ଦେଶକ ବିଜୟ କୃଷ୍ଣା ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ ବିଷୟରେ ସେହି ପାଞ୍ଚଟି ବିଶେଷ କଥା, ଯେଉଁଥିପାଇଁ ଏହାକୁ ଦର୍ଶକ ଖୁବ୍‍ ଉତ୍ସାହ ଓ ଆଗ୍ରହର ସହ ଅପେକ୍ଷା କରିଥିଲେ।

୧. ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିତାଭ୍‍ ବଚ୍ଚନ ଓ ଅମିର ଖାନ୍‍ଙ୍କ ଯୋଡ଼ି ଦେଖିବାକୁ ମିଳିବ। ଅମିର ଖାନ୍‍ଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ବେଳେ ଅମିତାଭ୍‍ ବଚ୍ଚନଙ୍କୁ ବଲିଉଡ଼ର ଶେହେନ୍‍ଶାହ ବୋଲି କୁହାଯାଏ। ତେବେ ଦୁହିଁଙ୍କ ଯୁଗଳବନ୍ଦୀ ଚଳଚ୍ଚିତ୍ରକୁ ଖୁବ୍‍ ରୋମାଞ୍ଚକର କରିଦେବ ବୋଲି ଆଶା କରାଯାଇଛି।

- Advertisement -

୨. ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ ର କାହାଣୀ ୧୭୯୫ ମସିହାର ଓ ଅମିର ଖାନ୍‍ ବିଦେଶୀ ଠଗ୍‍ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟପକ୍ଷରେ ଅମିତାଭ ବଚ୍ଚନଙ୍କୁ ଆଜାଦ ଭୂମିକାରେ ଦେଖିବାକୁ ମିଳିଛି। ଦୁହିଁଙ୍କ ଟକ୍କର ଓ ଏ ବୟସରେ ଅମିତାଭଙ୍କ ଆକ୍ସନ ଦେଖିବାକୁ ଦର୍ଶକ ଖୁବ୍‍ ବ୍ୟଗ୍ର ଅଛନ୍ତି। ଏଥିସହିତ ଅମିତାଭ ବଚ୍ଚନ ଚଳଚ୍ଚିତ୍ରରେ ଲୋରୀ ମଧ୍ୟ ଗାଇଛନ୍ତି।

୩. ଅମିର ଖାନ୍‍ ଓ ନିର୍ଦ୍ଦେଶକ ବିଜୟ କୃଷ୍ଣା ଆଚାର୍ଯ୍ୟ ଏହା ପୂର୍ବରୁ ‘ଧୁମ୍‍-୩’ ରେ ମଧ୍ୟ କାମ କରିଛନ୍ତି। ‘ଧୁମ୍‍-୩’ରେ ଜବରଦସ୍ତ ଆକ୍ସନ ସିନ୍‍ ଦେଖିବାକୁ ମିଳିଥିଲା ଓ ଅମିର ଖାନ୍‍ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲେ। ତେବେ ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ରେ ମଧ୍ୟ ସେହିସବୁ ମସଲା ଭରପୁର ହୋଇ ରହିଛି।

୪. ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍‍ ନର୍ତ୍ତକୀ ସୁରୈୟା ଭୂମିକାରେ ଅଭିନୟ କରିଥିବା ବେଳେ ଫାତିମା ସନା ଶେଖ୍‍ ଯୋଦ୍ଧା ଜାଫିରା ଭୂମିକାରେ ନଜର ଆସିଛନ୍ତି। ଏହିପରି ଭାବେ ଦୁଇ ଭିନ୍ନ ଭିନ୍ନ ମହିଳା ଚରିତ୍ର ଦେଖିବାକୁ ମିଳିଛି।

୫. ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ୍‍’ ବହୁତ ବଡ଼ ବଜେଟର ଚଳଚ୍ଚିତ୍ର। ଏହାର ବଜେଟ୍‍ ପ୍ରାୟ ୩୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories