www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ୟା ବିଦାୟ ସାରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୯ ଗୁରୁତର

ଥୁଆପାଲି/ବରପାଲି: କନ୍ୟା ବିଦାୟ ସାରି ଫେରୁଥିବା ଏକ ଗାଡ଼ି ବରଗଡ଼ ଜିଲା ଭେଡେନ ବ୍ଳକ କୁତପାଲି ଆଇଟିଆଇ ସମ୍ମୁଖରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୩ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଓ ସେଥିରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଗାଡ଼ି ଚାଳକ ବ୍ୟଥିତ ​‌େ​‌ହାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ବରପାଲି ଥାନା କୁମ୍ଭାରୀ ଗ୍ରାମରେ କାଲି ଅନୁଷ୍ଠିତ ହୋଇଥିବା ଏକ ବାହାଘର ପରେ କନ୍ୟା ପକ୍ଷ ଝିଅ ବିଦାୟ ପାଇଁ ଭେଡ଼େନ ଥାନା ମାନପୁର ପଞ୍ଚାୟତର ଗଲିମା ଗ୍ରାମକୁ ଯାଇଥିଲେ। ସେଠାରେ ଝିଅକୁ ଛାଡ଼ି ଏକ ପିକଅପ ଗାଡ଼ିରେ ପ୍ରାୟ ୩୦ ଜଣ କୁମ୍ଭାରୀକୁ ଫେରୁଥିବା ବେଳେ ଆଇଟିଆଇ ସମ୍ମୁଖରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ୧୦ ଫୁଟ ତଳେ ଥିବା ଏକ ଖାତରେ ପଡ଼ିଥିଲା। ଏହି ଦୁର୍ଘଟଣାରେ କନ୍ୟାପକ୍ଷର ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସେମାନେ ହେଲେ କୁମ୍ଭାରୀ ଗ୍ରାମର ଈଶ୍ବର ବିଶି (୪୫) ଓ ରଞ୍ଜିତ ସାହୁ (୪୨)। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରି ଭେଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ରାମଚନ୍ଦ୍ର ପ୍ରଧାନ (୪୫)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଛି। ଅନ୍ୟ ଆହତ ଦଶରଥ ବିଶି(୪୦), ଜିତୁ ବିଶ୍ବାଳ(୧୫), ପଞ୍ଚାନନ ପ୍ରଧାନ (୫୩), କିଶୋର ପ୍ରଧାନ(୪୦), ଆଶିଷ ପ୍ରଧାନ (୧୪, ନିହାର ପ୍ରଧାନ(୧୨), ରାଜୀବ ପ୍ରଧାନ (୪୦) ଓ ଧର୍ମେନ୍ଦ୍ର ଭୋଇ (୩୮)ଙ୍କୁ ଭେଡ଼େନ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଗାଡ଼ି ଚାଳକ ଧର୍ମେନ୍ଦ୍ର ଭୋଇ ଏହି ଦୁର୍ଘଟଣା ପରେ ମାନସିକ ଭାରସାମ୍ୟ ହରାଇ ଦୁର୍ଘଟଣା ସ୍ଥଳ ନିକଟସ୍ଥ ଏକ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। କିନ୍ତୁ କନ୍ୟାପକ୍ଷ ତାଙ୍କୁ ସେଥିରୁ ନିବୃତ୍ତ କରିଥିଲେ। ଭେଡ଼େନ ଥାନା ଏସ.ଆଇ ଦୟାନିଧି ପାତ୍ର,ଏଏସଆଇ ସୁନୀଲ କୁମାର ଦାଶ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅମୃତ କୁଟୁମ୍ବ’ର ସଦସ୍ୟମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇବାରେ ପୁଲିସକୁ ସହାୟତା କରିଥିଲେ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories