www.samajalive.in
Saturday, December 6, 2025
26.1 C
Bhubaneswar

ମହାନଦୀ ସେତୁରେ ୩ଜଣ ଶ୍ରମିକ ମୃତ୍ୟୁ ଘଟଣା…ପ୍ରୋଜେକ୍ଟ ଏବଂ ସେଫ୍ଟି ମ୍ୟାନେଜର ପରେ ଆଗକୁ କାହା ପାଳି ?

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଖସିପଡି ଗତ ଦୁଇମାସ ମଧ୍ୟରେ ୩ଜଣ ନିର୍ମାଣଧିନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବାରମ୍ବାର ସମାଜରେ ଖବର ପ୍ରକାଶିତ ପରେ ପୁଲିସ ଗତ ୧ତାରିଖ ଠିକାସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର,ସେଫ୍ଟି ମ୍ୟାନେଜର ଏବଂ ଜଣେ ଏକାଉଂଟାଟଭଳି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଘଟଣାପରେ ଠିକାସଂସ୍ଥା ମାଲ୍ଲିକ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ମାରିଛି। ଏମାନଙ୍କ ପରେ ଆଗକୁ କାହା ପାଳି ପଡିବ ବୋଲି ସାଧାରଣରେ ଚର୍ଚ୍ଚା ଧରିଛି।

ସୂଚନା ଥାଉ କି, ଖରଶଙ୍କୁଲେଇଠାରେ ଜିଲ୍ଲାର ଦ୍ୱିତୀୟ ବୃହତମସେତୁ ମହାନଦୀ ଉପରେ ନିର୍ମାଣଧିନ ସେତୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଲାବେଳକୁ ଗତ ଜାନୁୟାରୀ ୧୬ରେ ସେତୁ ଉପରୁ ଖସିପଡି ପ୍ରଥମେ ଜଣେ ଅଣଓଡିଆ ଶ୍ରମିକ ମନୁ ଗୁଞୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଠିକ ୪୪ ଦିନ ପରେ ଆର୍ଥାତ୍  ଗତ ୫ମାର୍ଚ୍ଚରେ  ସମୀର ଘୋଷ ଭଳି ଆଉ ଜଣେ ଅଣ ଓଡିଆ ଶ୍ରମିକଙ୍କ ସେତୁରୁ ପଡି ମୃତ୍ୟୁ ଘଟିଥିଲା।ଏହାର ଠିକ୍ ୩ଦିନ ନପୁରୁଣୁ ଗତ ୭ମାର୍ଚ୍ଚରେ ଜାହାଙ୍ଗୀର ହୁସେନ ଭଳି ଆଉ ଜଣେ ଅଣ ଓଡିଆ ଶ୍ରମିକଙ୍କ ସେତୁ ଉପରୁ ପଡି ଜୀବନ ଯିବା ପରେ ପ୍ରଶାସନିକ ଅଧିକାରୀ ,ଶ୍ରମ ବିଭାଗ ,ପୂର୍ତବିଭାଗ ସହିତ ଅନ୍ୟାନ୍ୟ କନସଲଣ୍ଟାଟ ଟିମ ମାନଙ୍କ ଶ୍ରମିକ ସୁରକ୍ଷା ଏବଂ ନିରାପତା କଥା ମନେପଡିଥିଲା। ଖୋଳତାଡ ପରେ ବିନା ସେଫ୍ଟି ନେଟ ସହିତ ଇଂଟର ଷ୍ଟେଟ  ମାଇଗ୍ରାଂଟ ଲେବର ଏବଂ ଏମ.ଟି.ଡବ୍ଲ୍ୟୁ ଭଳି ଶ୍ରମିକ ସୁରକ୍ଷା ଲାଇସେନ୍ସରେ କାର୍ଯ୍ୟ ଚାଲିଥିବା ଭଳି ଗୁରୁତର ତ୍ରୁଟି ନଜରକୁ ଆସିଥିଲା। ମାତ୍ର ଏହା ପରେ ବି ଠିକାସଂସ୍ଥା ଏବଂ ସେତୁ ନିର୍ମାଣକାର୍ଯ୍ୟରେ ମଙ୍ଗଧରିଥିବା ଦାୟିତ୍ୱବାନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟିବା ଶ୍ରମିକ ମୃତ୍ୟୁ ହାରକୁ ବୃଦ୍ଧି କରିଥିଲା। ଗୋଟିଏ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣବେଳେ ଶ୍ରମିକଙ୍କ ସୁରକ୍ଷା ଉପରେ ଠିକାସଂସ୍ଥା ସଂପୂର୍ଣ୍ଣ ଆଖିବୁଜି ଦେଇଥିବାବେଳେ ସେତୁକାର୍ଯ୍ୟ ତଦାରଖ ପାଇଁ ଆସୁଥିବା ପୂର୍ତବିଭାଗର ଅଭିଜ୍ଞ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଦୁର୍ଘଟଣାକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇଥିଲା। ଶ୍ରମିକ ମୃତ୍ୟୁଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବିଲମ୍ବରେ ହେଉ ପଛେ ପୁଲିସ ଠିକାସଂସ୍ଥାର ତିନିଜଣ ତଳିଆ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ବଡ ବଡିଆ ଅଧିକାରୀ ଠିକାସଂସ୍ଥା ମାଲ୍ଲିକ ଏବଂ ଅନ୍ୟାନ୍ୟ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ  ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ  ଆଗକୁ  କାହାର ପାଳି ପଡୁଛି ତାକୁ ନେଇ କାଉଂଟଡାଉନ ଆରମ୍ଭ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories